Advertisment

ବିଶ୍ୱାସରେ ବିଷ; ସାଙ୍ଗକୁ ଡାକି ଛୁରୀ ଭୁଶି ଦେଲେ, ଘରକୁ ଫୋନ୍‌ କରି ୨ ଲକ୍ଷ ମାଗିଲେ

ମଦ ପିଇବାକୁ ସାଙ୍ଗଙ୍କୁ ଡାକି ନେଇ ଛୁରୀ ଭୁଶିଦେଲେ। ଏହାପରେ ମୃତକଙ୍କ ନମ୍ବରରୁ ତାଙ୍କ ଘରକୁ ଫୋନ୍‌ କରି ଅପହରଣ ନାଟକ ରଚିବା ସହ ଛାଡ଼ିବା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ଧମକ ଦେଲେ।

Youth Murdered

Youth Murdered

Advertisment

ବିଶ୍ୱାସରେ ବିଷ ମିଶାଇଲେ ସାଙ୍ଗ । ମଦ ପିଇବାକୁ ସାଙ୍ଗଙ୍କୁ ଡାକି ନେଇ ଛୁରୀ ଭୁଶିଦେଲେ। ଏହାପରେ ମୃତକଙ୍କ ନମ୍ବରରୁ ତାଙ୍କ ଘରକୁ ଫୋନ୍‌ କରି ଅପହରଣ ନାଟକ ରଚିବା ସହ ଛାଡ଼ିବା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ଧମକ ଦେଲେ। ପୁଲିସ୍‌ ଏହି ଘଟଣାର ଖୁଲାସା କରି ଜଣେ ଅଭିଯୁକ୍ତଙ୍କୁ ବାନ୍ଧି ଥିବା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ନାରକୀୟ କାଣ୍ଡ ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ମୃତକ ହେଲେ ୨୨ ବର୍ଷୀୟ ନୀତିନ । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ହେଲେ ତାଙ୍କ ସାଙ୍ଗ ୨୪ ବର୍ଷୀୟ ସଚିବ କୁମାର ଶର୍ମା ଓ ୨୨ ବର୍ଷୀୟ ଅରୁଣ । ପୁଲିସ୍‌ ସଚିନଙ୍କୁ ବାନ୍ଧିଥିବା ବେଳେ ଅରୁଣ ଏବେବି ଫେରାର ଅଛନ୍ତି।

ନିଜ ପରିବାର ସହ ଦିଲ୍ଲୀରେ ରହୁଥିବା ନୀତିନ ଏକ ଦୋକାନରେ କାମ କରୁଥିଲେ । ଉକ୍ତ ଦୋକାନରେ ସଚିନ ବି କାମ କରୁଥିଲେ। ଗତ ୧୯ ତାରିଖରେ ନୀତିନ କାମକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ଗତ ୨୦ ତାରିଖରେ ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ। । ପୁଲିସ୍‌ ବହୁ ଖୋଜାଖୋଜି ପରେ ଗାଜିଆବାଦସ୍ଥିତ ହାଜିପୁର ରେଲୱେ ଷ୍ଟେଶନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରି ଗତ ସୋମବାର ରାଜସ୍ଥାନରୁ ସଚିନଙ୍କୁ ଗିରଫ କରିଥିବା ବେଳେ ଅରୁଣ ଏବେବି ଫେରାର ଅଛନ୍ତି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ନୀତିନଙ୍କ ଭଉଣୀ ଗୀତା ଗତ ୨୦ ତାରିଖରେ ପୁଲିସ୍‌କୁ କଲ୍‌ କରିଥିଲେ। କଲ୍‌ କରି ଗତ ୧୯ ତାରିଖରେ ତାଙ୍କ ଭାଇ ଘରୁ କାମ କରିବାକୁ ଯାଇ ଫେରି ନ ଥିବା କହିଥିଲେ। ଏହାପର ଦିନ ତାଙ୍କ ନିକଟକୁ ଏକ ହ୍ୱାଟସ୍‌ ଆପ୍‌ ମେସେଜ ଆସିଥିବା ବେଳେ ତାଙ୍କ ଭାଇକୁ ଅପହରଣ କରାଯାଇଥିବା ବେଳେ ମୁକ୍ତ କରିବାକୁ ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଗତ ୧୯ ତାରିଖରେ ନୀତିନ ଶେଷ ଥର ପାଇଁ ସଚିନଙ୍କ ସହ ଥିବା ଜାଣିବାକୁ ପାଇଥିଲା। ଏହା ପରଠୁ ନୀତିନଙ୍କ ପତ୍ତା ମିଳୁ ନ ଥିବା ବେଳେ ସଚିନ ବି ଫେରାର ହୋଇ ଯାଇଥିଲେ।

ଏହାପରେ ସଚିନଙ୍କୁ ରାଜସ୍ଥାନରୁ କାବୁ କରାଯାଇଥିଲା। ପଚରାଉଚରା ସମୟରେ ଉଭୟ ଅରୁଣ ଓ ସେ ନୀତିନଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ସଚିନଙ୍କ କହିବାନୁଯାୟୀ , ଗତ ୧୯ ତାରିଖ ସନ୍ଧ୍ୟାରେ ମଦ ପିଇବା ନିମନ୍ତେ ସେ ଓ ଅରୁଣ ନୀତିନଙ୍କୁ ରେଳ ଷ୍ଟେଶନ ନିକଟକୁ ଡାକି ନେଇଥିଲେ। ସେଠାରେ ସମସ୍ତେ ମଦ ପିଇବା ପରେ ନୀତିନଙ୍କୁ ସେମାନେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ଘଟଣାସ୍ଥଳରୁ ନୀତିନଙ୍କ ଫୋନ୍‌ ଆଣି ତାଙ୍କ ଭଉଣୀ ନିକଟକୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ମାଗିଥିଲେ।

ପୁଲିସ୍‌ ଏହି ଘଟଣାର ସୂଚନା ପାଇ ସାରିଥିବା ଜାଣି ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ସଚିନଙ୍କୁ ପୁଲିସ୍‌ ବାନ୍ଧି ସାରିଥିବା ବେଳେ ଖୁବ୍‌ ଶୀଘ୍ର ଅରୁଣଙ୍କୁ ଗିରଫ କରିବ ବୋଲି କହିଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe