Advertisment

ରାଜଧାନୀ ଭୁବନେଶ୍ୱରରୁ ଯୁବକଙ୍କୁ ଅପହରଣ

ପ୍ରିୟବ୍ରତଙ୍କ ବନ୍ଧୁ ଲୋକନାଥ ସାହୁ ଘଟଣା ସଂପର୍କରେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି।

author-image
Jitendra Garnayak
Priyabrata Sahu

Priyabrata Sahu

ଭୁବନେଶ୍ୱରର ରସୁଲଗଡ଼ ଛକ ସ୍ଥିତ ଏସ୍‌ପ୍ଲାନେଡ ମଲ୍‌ ସମ୍ମୁଖରୁ ଆଜି ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ହୋଇଥିବା ଯୁବକଙ୍କ ନାଁ ପ୍ରିୟବତ ସାହୁ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଲିରେ। 

Advertisment

ପ୍ରିୟବ୍ରତ ଭୁବନେଶ୍ୱରରେ ଜଣେ ଇଣ୍ଟେରିୟର ଡିଜାଇନର ଭାବେ କାର୍ଯ୍ୟ କରନ୍ତି। ଦୁଇ ତିନି ବର୍ଷ ହେଲା ସେ ଭୁବନେଶ୍ୱରରେ ରହୁଛନ୍ତି। ଆଜି ସନ୍ଧ୍ୟାରେ ପ୍ରିୟବ୍ରତ ତାଙ୍କର ଜଣେ ବନ୍ଧୁ ଲୋକନାଥ ସାହୁଙ୍କ ସହିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ବୁଲାବୁଲି କରିଥିଲେ।

ସେମାନେ ଏସ୍‌ପ୍ଲାନେଡ୍‌ରୁ ବାହାରକୁ ଆସିବା ପରେ କିଛି ଯୁବକ ପ୍ରିୟବ୍ରତଙ୍କୁ ଗାଳିଗୁଲଜ କରିଥିଲେ। ଏହା ପରେ ଏକ କଳା ରଙ୍ଗର କାର୍‌ରେ ବସାଇ ନେଇ ଯାଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ମଲ୍‌ ବାହାରେ ମଧ୍ୟ ସମସ୍ତ ଏ ଘଟଣା ଦେଖିଥିବା ଜଣାପଡ଼ିଛି। 

Advertisment

ପ୍ରିୟବ୍ରତଙ୍କ ବନ୍ଧୁ ଲୋକନାଥ ସାହୁ ଘଟଣା ସଂପର୍କରେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ଛାନଭିନ୍ କରୁଛି। କିଏ ଓ କାହିଁକି ତାଙ୍କୁ ଅପହରଣ କରିଛି, ତାହା ଜାଣିବାକୁ ପ୍ରୟାସ କରୁଛି ପୁଲିସ। 

Kidnapping Cases