Advertisment

ପ୍ରେମିକାର ରୁମମେଟକୁ ଛୁରୀ ଭୁଶି ହତ୍ୟା; ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଯୁବତୀଙ୍କ ହଷ୍ଟେଲରେ ପଶି ହତ୍ୟା କରିଥିଲା ଅଭିଯୁକ୍ତ।

Murder Scene

Murder Scene

Advertisment

ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଆଜି ବେଙ୍ଗାଲୁରୁ ପୁଲିସ ଅଭିଯୁକ୍ତକୁ ମଧ୍ୟପ୍ରଦେଶରୁ ଗିରଫ କରିଛି। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। 

Advertisment

ମୃତକ ଜଣକ ହେଉଛନ୍ତି କ୍ରିତି କୁମାରୀ(୨୪)। ସେ ବିହାରର ବାସିନ୍ଦା। ବେଙ୍ଗାଲୁରୁର କୋରମଙ୍ଗଳରେ ଥିବା ଏକ ପେୟିଙ୍ଗ ଗେଷ୍ଟ (ପିଜି)ରେ ରହୁଥିଲେ। ମଙ୍ଗଳବାର ଦିନ ୧୧ଟାରେ ଜଣେ ଯୁବକ ତାଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। 

ସିସିଟିଭି ଫୁଟେଜ ଅନୁସାରେ, ଯୁବକ ଜଣକ କ୍ରିତିଙ୍କ କବାଟ ବାଡ଼େଇଥିଲେ। ସେ କବାଟ ଖୋଲିବା ପରେ ତାଙ୍କୁ ରୁମରୁ ଘୋଷାଡ଼ି ଆଣି ଛୁରୀରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ କ୍ରିତି ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଯୁବକ ଜଣକ ଛୁରୀରେ ତାଙ୍କ ଗଳାକୁ କାଟିବା ସହ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ଏ ହତ୍ୟାକାଣ୍ଡ ଯେପରି ଭୟଙ୍କର, ଏହା ପଛର କାରଣ ମଧ୍ୟ ସେପରି ଆଶ୍ଚର୍ଯ୍ୟକର। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିଯୁକ୍ତଙ୍କ ନାଁ ଅଭିଷେକ। ସେ କ୍ରିତି କୁମାରୀଙ୍କ ରୁମମେଟଙ୍କ ବୟଫ୍ରେଣ୍ଡ। ଅଭିଷେକ କୌଣସି ଚାକିରି କରିନଥିବାରୁ ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡ଼ା ହେଉଥିଲା। ହତ୍ୟାକାଣ୍ଡ ପୂର୍ବଦିନ ମଧ୍ୟ ସମାନ କାରଣକୁ ନେଇ ଉଭୟ ଖୁବ୍ ପାଟିତୁଣ୍ଡ କରିଥିଲେ।

ଏହି ସମୟରେ କ୍ରିତି ହସ୍ତକ୍ଷେପ କରି ତାଙ୍କ ରୁମମେଟଙ୍କୁ ଉକ୍ତ ଯୁବକଙ୍କଠାରୁ ଦୂରେଇ ଯିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଅଭିଷେକ କ୍ରିତି କୁମାରିଙ୍କୁ ହତ୍ୟା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଅଭିଷେକକୁ ମଧ୍ୟପ୍ରଦେଶରୁ ଗିରଫ କରି ଅଧିକ ତଦନ୍ତ କରୁଛି।

MURDER CASE Bengaluru Crime Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe