Advertisment

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିଥିବା ସ୍ୱାମୀ ଗିରଫ

ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା।

author-image
Jitendra Garnayak
Accused

Accused

ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗାଁରେ ପତ୍ନୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୂର୍ଣ୍ଣ ପ୍ରଧାନଙ୍କୁ ଆଦର୍ଶ ଥାନା ପୁଲିସ ଗିରଫ କରିଛି। ଗାଁ ପାଖରୁ ପୁଲିସ ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କୋଦାଳକୁ ମଧ୍ୟ ପୁଲିସ ଜବତ କରିଛି।

Advertisment

ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାତିରେ ପୂର୍ଣ୍ଣ ପ୍ରଧାନ ଓ ତାଙ୍କ ପତ୍ନୀ କନକ ପ୍ରଧାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ପୂର୍ଣ୍ଣ ଉତ୍‌କ୍ଷିପ୍ତ ହୋଇ ପତ୍ନୀ କନକଙ୍କୁ ଏକ କୋଦାଳରେ ହାଣି ଦେଇଥିଲେ। ଘଟଣାସ୍ଥଳରେ କନକଙ୍କର ମୃତ୍ୟୁ ଘଟିଥିଲା। କନକଙ୍କୁ ମାରି ପୂର୍ଣ୍ଣ ଫେରାର ହୋଇଯାଇଥିଲେ।

ପୁଲିସ ପୂର୍ଣ୍ଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ଚନ୍ଦ୍ରପୁର ଗାଁ ପାଖରୁ ପୁଲିସ ତାଙ୍କୁ ଗିରଫ କରିଥିଲା।

Advertisment