Advertisment

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ଜଣେ ଅଟକ

ଗତକାଲି ଦିନବେଳା ଭାସ୍କରଙ୍କର ଗାଁର କିଛି ଯୁବକଙ୍କ ସହିତ ବଚସା ହୋଇଥିଲା।

author-image
Jitendra Garnayak
Dead Man

Dead Man

ବଲାଙ୍ଗିର ସଦର ଥାନା ପଣ୍ଡରାପିଟା ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭାସ୍କର ତାଣ୍ଡି।

Advertisment

ଗତକାଲି ରାତି ପ୍ରାୟ ୧୦ଟାରେ ପଣ୍ଡରାପିଟା ଗାଁର ମୁଖ୍ୟବସ୍ତିରେ ଭାସ୍କର ତାଣ୍ଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଗତକାଲି ଦିନବେଳା ଭାସ୍କରଙ୍କର ଗାଁର କିଛି ଯୁବକଙ୍କ ସହିତ ବଚସା ହୋଇଥିଲା। ରାତିରେ ସେ ପୁଣି ଝଗଡ଼ା କରିବାରୁ ତାଙ୍କୁ ଉକ୍ତ ଯୁବକମାନେ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବଲାଙ୍ଗିର ସଦର ଥାନା ପୁଲିସ ପ୍ରେମରାଜ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Advertisment
Murder