ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ। ଏହାପରେ ଫେରାର ହୋଇଗଲେ ହତ୍ୟାକାରୀ। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବୌଦ୍ଧ ଜିଲ୍ଲା ସାମ୍ପଜ ଗାଁରେ ଘଟିଛି। ମୃତକ ହେଲେ ୩୦ ବର୍ଷୀୟ ସତ୍ୟ ନାରାୟର ସ୍ୱାଇଁ ।
ଗତ ରାତିରେ ସତ୍ୟ ନାରାୟର ସ୍ୱାଇଁ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ଦୁଇ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକ ସତ୍ୟ ନାରାୟରଙ୍କୁ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ।
ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୌଦ୍ଧ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏଥିସହ ଆଜି ସକାଳେ ସାଇଣ୍ଟିଫିକ୍ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।
ଏହି ହତ୍ୟାକାଣ୍ଡର କାରଣ ଜଣା ପଡ଼ି ନ ଥିଲେ ବି ବକେୟା ଟଙ୍କା ମାଗିବାକୁ ନେଇ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।