Advertisment

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା

ମୃତ ଯୁବକଙ୍କୁ ୨୫ ବର୍ଷ ହୋଇଥିଲା।

Dead Body

Dead Body

Advertisment

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ମୃତ ଯୁବକଙ୍କ ନାଁ ବିପିନ ଭୋଇ। ତାଙ୍କୁ ୨୫ ବର୍ଷ ହୋଇଥିଲା। ତାଙ୍କ ଘର ପତ୍ରାପାଲି ଗାଁରେ। ସେହି ଗାଁର ସତିଆ କିଶାନ ଓ ତାଙ୍କ ପରିବାରର ସଦସ୍ୟମାନେ ମିଶି (ମୋଟ ୬ ଜଣ) ବିପିନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ବିପିନଙ୍କ ପତ୍ନୀ ସୋନାଲି ଭୋଇ ଲିଖିତ ଅଭିଯୋଗ କରିଛନ୍ତି।

ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର ଓ ଲଇକେରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଏଥିରେ ସେମାନଙ୍କୁ ସାଇଣ୍ଟିଫିକ ଟିମ୍‌ ସହାୟତା କରିଛି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment

ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ପ୍ରାଥମକି ତଦନ୍ତରୁ ଜଣାପଡ଼ିଛି ଯେ ବିପିନ ଭୋଇ ଓ ସତିଆ କିଶାନଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ସେହି ସମୟରେ ସତିଆ କିଶାନଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ବିପିନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ସତିଆ କିଶାନଙ୍କ ପରିବାରର କିଛି ସଦସ୍ୟଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବ। ଯେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ ଥିବେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ।  

ଲଇକେରାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ

Odisha Police Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe