Advertisment

ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ପିଟିପିଟି ହତ୍ୟା

ଘରେ ଶୋଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।

author-image
Biswajit Samal
Hous

Hous

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଡେଡଗାଁରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ରୁଖାଡ ଥପା।

Advertisment

ଗତକାଲି ରୁଖାଡ ଘରେ ଶୋଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ରୁଖାଡ଼ଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ତାଙ୍କୁ ସମ୍ପର୍କୀୟ ମାନେ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିନ୍ଧେକେଲା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ ରୁଖାଡ ସବୁବେଳେ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରୁଥିଲେ। କିଛି ଦିନ ତଳେ ଗାଁରେ କିଛି ଲୋକ ସଭାକରି ଏହାର ସମାଧାନ କରିବାକୁ ପ୍ରୟାସ କରିଥିଲେ। ହେଲେ ସମାଧାନ ହୋଇନପାରିବାରୁ ତାଙ୍କ ପତ୍ନୀ ବାପଘରକୁ ଚାଲି ଯାଇଥିଲେ।

ରୁଖାଡ଼ଙ୍କ ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି। ଏହି ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ସିଂଧେକେଲା ପୁଲିସ।

Murder