Advertisment

ଶୋଇଥିବା ବେଳେ ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିଦେଲା ସ୍ୱାମୀ

ଏହି ଘଟଣା ଘଟିବା ବେଳେ ଘରେ ଆଉ କୌଣସି ସଦସ୍ୟ ନଥିଲେ କେହି ନଥିଲେ।

author-image
Jitendra Garnayak
Deadbody

Deadbody

ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତର ସଂସା ଗାଁରେ। ମୃତ ମହିଳାଙ୍କ ନାଁ ସତ୍ୟଭାମା ମହାନ୍ତ। ତାଙ୍କ ସ୍ୱାମୀଙ୍କ ନାଁ ଗଣେଶ ମହାନ୍ତ।

Advertisment

ସତ୍ୟଭାମା ଖଟରେ ଶୋଇଥିବା ବେଳେ ଗଣେଶ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ସତ୍ୟଭାମାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ଘଟିବା ବେଳେ ଘରେ ଆଉ କୌଣସି ସଦସ୍ୟ ନଥିଲେ। ସତ୍ୟଭାମା ଓ ଗଣେଶଙ୍କ ଝିଅ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେହିଭଳି ପାଖ ପଡ଼ୋଶୀ ମଧ୍ୟ ନଥିଲେ। ତେଣୁ ସତ୍ୟଭାମାଙ୍କୁ ଘରେ ଏକା ପାଇ ଗଣେଶ ଏଭଳି ଏକ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପାରିବାରିକ କଳହରୁ ଗଣେଶ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। 

Advertisment

ଘଟଣା ସଂପର୍କରେ ଜଣାପଡ଼ିବା ପରେ ଗ୍ରାମବାସୀ ବେତନଟୀ ପୁଲିସକୁ ଖବର ଦେଇଥିଲେ। ବେତନଟୀ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ଅଭିଯୁକ୍ତ ଗଣେଶ ମହାନ୍ତଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।