ଆଜି ଆଲୋକର ପର୍ବ ଦୀପାବଳି। ଦୀପାବଳି ଅବସରରେ ମା’ କାଳୀଙ୍କ ପୂଜା କରାଯାଇଥାଏ। ତେବେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରେ ଜଣେ ଯୁବକ ମା’ କାଳୀଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।
ଗତକାଲି ସନ୍ଧ୍ୟାରେ କୁଚିଣ୍ଡା ସାପ୍ତାହିକ ବଜାର ନିକଟରେ ଥିବା କାଳୀ ମନ୍ଦିରରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କ ମନ୍ଦିରର ତାଲା ଭାଙ୍ଗି ମା’ କାଳୀଙ୍କ ମୂର୍ତ୍ତି ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ଏହା ସହିତ ସହ ମା’ଙ୍କ ଅଳଙ୍କାର, ବାସନକୁସନ, ଆସବାବପତ୍ର, ଘଣ୍ଟ, ପିତଳ ସାମଗ୍ରୀ ଓ ଖଣ୍ଡା ପ୍ରଭୃତି ନେଇ ପଳାଉ ଥିବା ସମୟରେ ଲୋକଙ୍କ ହାତରେ ଧରା ପଡ଼ିଥିଲେ।
Also Read
ଲୋକେ ତାଙ୍କୁ କାବୁ କରି ପୁଲିସକୁ ଦେଇଥିଲେ। ପୁଲିସ ତାଙ୍କ ଠାରୁ ସମସ୍ତ ସାମଗ୍ରୀକୁ ଜବତ କରି ତାଙ୍କୁ ପଚରାଉଚୁରା କରିଛି। ଅନ୍ୟପଟେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।
Crime
ଭୁବନେଶ୍ୱରରେ ହରିୟାଣା ପୁଲିସ୍, ଘରକୁ ଘର ବୁଲି ଖୋଜୁଛି
ଇନ୍ଫୋସିଟି ଥାନା ପୁଲିସ୍ ସହାୟତାରେ ହରିୟାଣା ପୁଲିସ୍ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Crime
ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ବାପାଙ୍କୁ ଜୀବନ୍ତ ଜାଳି ଦେଲା
ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା।
Crime
କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ମାଡ଼ି ବସିଲା ପୁଲିସ
ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।