Advertisment

ଦେଖିପାରିଲେନି ପରିବାରର ଦୁଃଖ; ସାବିତ୍ରୀରେ ଝୁଲି ପଡ଼ିଲେ ସ୍ୱାମୀ

ପରିବାରର ଅସହାୟ ଅବସ୍ଥାକୁ ସହି ନପାରି ଆଜି ଘରେ କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ବାନ୍ଧି ତଳକୁ ଝୁଲି ପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି।

Padmalochan Behera

Padmalochan Behera

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ମାଲଦାପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ହରିହର ବେହେରାଙ୍କ ପୁଅ ପଦ୍ମଲୋଚନ (୪୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ପଦ୍ମଲୋଚନ ତିନି ମାସ ତଳେ ବାଇକ ଦୁର୍ଘଟଣାରେ ଆହତ ହୋଇଥିଲେ। ସେବେଠାରୁ ସେ ଚାଲି ପାରୁ ନ ଥିଲେ। ପଦ୍ମଲୋଚନଙ୍କ ପତ୍ନୀ ପାଖରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରେ ବିଶେଷ ସଫଳ ହୋଇ ନଥିଲେ।

ପଦ୍ମଲୋଚନ ନିଜେ କଷ୍ଟ ପାଉଥିବା ବେଳେ ପରିବାରର ଦୁଃଖକଷ୍ଟକୁ ଦେଖି ସହି ପାରୁନଥିଲେ। କାରଣ ଘରେ ସେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ସେ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଝିଅ ଅଛନ୍ତି। ପୁଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି।

Advertisment

ପରିବାରର ଅସହାୟ ଅବସ୍ଥାକୁ ସହି ନପାରି ଆଜି ଘରେ କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ବାନ୍ଧି ତଳକୁ ଝୁଲି ପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି।

ପଦ୍ମଲୋଚନଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ଶବକୁ ଜବତ କରିଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ତାଙ୍କର ଅସହାୟ ପରିବାର ଆହୁରି ଦୁଃଖରେ ଭାଙ୍ଗି ପଡ଼ିଛି। ସରକାରଙ୍କ ତରଫରୁ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe