Advertisment

ସାନ ଭାଇକୁ ଖଣ୍ଡାରେ ହାଣି ଦେଲା ବଡ଼ ଭାଇ

ଆଜି ସକାଳ ପ୍ରାୟ ୮ଟା ବେଳେ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଉଗ୍ରରୂପ ନେଇଥିଲା।

Dead Body

Dead Body

Advertisment

ଜାଗା ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗାଁରେ।

Advertisment

ମୃତକଙ୍କ ଗାଁ ଜୟନ୍ତ ମାହାନା। ଘରର ସୀମାକୁ ନେଇ ଜୟନ୍ତ ମାହାନା ଓ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୋଇଥାଏ। ହେଲେ ଆଜି ଏହା ଉଗ୍ରରୂପ ଧାରଣ କରିଥିଲା।

ଆଜି ସକାଳ ପ୍ରାୟ ୮ଟା ବେଳେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଯାଉଥିବା ସମୟରେ ବଡ଼ ଭାଇ ଅରୁଣ ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହିତ ମାରପିଟ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ଅରୁଣ ଏକ ଖଣ୍ଡାରେ ଜୟନ୍ତଙ୍କୁ ଆକ୍ରମଣ କରିଥିଲେ। ସେ ଜୟନ୍ତଙ୍କ ବେକରେ ଚୋଟ ପକାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

Advertisment

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଜୟନ୍ତଙ୍କ ମୃତ୍ୟୁ ହୋଇସାରିଥିବା ସତ୍ତ୍ୱେ ଅରୁଣଙ୍କ ରାଗ ଶାନ୍ତ ପଡ଼ିନଥିଲା। ସେ ଖଣ୍ଡାରେ ଜୟନ୍ତଙ୍କ ଉପରେ ଆହୁରି ଏକାଧିକର ଥର ଚୋଟ ପକାଇଥିଲେ। ପରେ ଅରୁଣ ବାଇକ୍‌ରେ ସେଠାରୁ ଫେରାର ହୋଇଯାଇଥିଲେ।

ରାସଗୋବିନ୍ଦପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ୍‌ର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଫେରାର ରହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe