Advertisment

ରାସ୍ତା ଉପରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆଜି ଅପରାହ୍ନ ସାଢ଼େ ୪ଟା ପାଖାପାଖି ଏହି ଘଟଣା ଘଟିଛି।

author-image
Jitendra Garnayak
Victim

Victim

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି। ବରଗଡ଼ ସହରର ୱାର୍ଡ ନମ୍ବର ୧୮ ବାନ୍ଦୁର ଟିକ୍ରାରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ସୁଶାନ୍ତ ସାହୁ। ତାଙ୍କୁ ୩୯ ବର୍ଷ ହୋଇଥିଲା। 

Advertisment

ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ପଡ଼ୋଶୀ ମକଶିର ସାହୁଙ୍କ ସହିତ ସୁଶାନ୍ତଙ୍କର ବଚସା ହୋଇଥିଲା। ଏହି ଘଟଣାକୁ ନେଇ ଆଜି ମକଶିର ଏକ ଟାଙ୍ଗିଆରେ ସୁଶାନ୍ତକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ କରୁଛି। ତେବେ ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ମୃତ ସୁଶାନ୍ତଙ୍କ ଭାଇ ସନ୍ତୋଷ ସାହୁ କହିଛନ୍ତି ଯେ ଆଜି ଅପରାହ୍ନ ସାଢ଼େ ୪ଟା ପାଖାପାଖି ଏହି ଘଟଣା ଘଟିଛି। ସୁଶାନ୍ତ ରାସ୍ତାରେ ଯାଉଥିବା ବେଳେ ମକଶିର ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା। ସେ ସୁଶାନ୍ତଙ୍କ ବେକରେ ତିନି-ଚାରି ଚୋଟ ପକାଇଥିଲା। ମକଶିରଙ୍କୁ ଗିରଫ କରି ଉଚିତ ସଜ୍ଜା ଦେଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି।   

Murder