ଭାଇକୁ ମାରିବାକୁ ସ୍ତ୍ରୀ ସହିତ ମିଶି ରଚିଥିଲେ ଷଡ଼ଯନ୍ତ୍ର, ଦେଇଥିଲେ ୧.୭୦ ଲକ୍ଷ ସୁପାରୀ

ଭବାନୀଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ ବିଜୟ। ହେଲେ ଭବାନୀଙ୍କ ସହିତ ଥିବାରୁ ତାଙ୍କ ସାଙ୍ଗ ମନୋରଞ୍ଜନ ମଧ୍ୟ ପ୍ରାଣ ହରାଇଲେ।

Bijay Rout and his Wife

ବିଜୟ କୁମାର ରାଉତ ଓ ତାଙ୍କ ପତ୍ନୀ

Jitendra Garnayak
  • Published: Friday, 09 February 2024
  • Updated: 09 February 2024, 05:39 PM IST

ନିଜ ଭାଇକୁ ମାରିବାକୁ ସ୍ତ୍ରୀ ସହିତ ମିଶି କରିଥିଲେ ଷଡ଼ଯନ୍ତ୍ର। ସେଥିପାଇଁ ୧ଲକ୍ଷ ୭୦ ହଜାର ଟଙ୍କା ଦେଇ ଯୋଗାଡ଼ କରିଥିଲେ ସୁପାରୀ କିଲର। ୩ ମାସ ତଳେ ଏହି ଷଡ଼ଯନ୍ତ୍ର ରଚା ଯାଇଥିବା ବେଳେ ୪ ଦିନ ପୂର୍ବେ ଏହାକୁ ଦେଇଥିଲେ ଚୂଡ଼ାନ୍ତ ରୂପ। ଭାଇକୁ ହତ୍ୟା କରାଯିବାର ଦିନକ ପରେ ନିଜେ ଯାଇ ଥାନାରେ ଦେଇ ଆସିଥିଲେ ନିଖୋଜ ରିପୋର୍ଟ। ଭାଇକୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ମଧ୍ୟ ପୁଲିସ୍‌କୁ ଜଣାଇଥିଲେ। ହେଲେ ତଦନ୍ତ ବେଳେ ଜଣାପଡ଼ିଲା ଯେ ନିଜ ଭାଇକୁ ହତ୍ୟା କରିବାରେ ସେ ଥିଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ପୁଲିସ୍ ତାଙ୍କ ସହିତ ତାଙ୍କ ପତ୍ନୀ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁର ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାଶ କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍। ଭବାନୀ ଶଙ୍କର ରାଉତଙ୍କୁ ମାରିବାକୁ ତାଙ୍କ ବଡ଼ ଭାଇ ବିଜୟ କୁମାର ରାଉତ (୨୮) ଷଡ଼ଯନ୍ତ୍ର କରିଥିବା ବେଳେ ମନୋରଞ୍ଜନ ମହାପାତ୍ର ଉକ୍ତ ହତ୍ୟାକାଣ୍ଡ ଘଟିବା ବେଳେ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ମାରି ବ୍ଲୁ ଲେକ୍‌ରେ ଫୋପାଡ଼ି ଦିଆଯାଇଥିଲା।

ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ଦୁଇ ଭାଇ (ଅଭିଯୁକ୍ତ ବିଜୟ ଓ ମୃତ ଭବାନୀ)ଙ୍କ ମଧ୍ୟରେ ଜମି ଭାଗ ହୋଇଥିଲା। ସେହି ଜମି ଭାଗ ବେଳେ କିଛି ଟଙ୍କା ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ବିଜୟ ତାଙ୍କ ପତ୍ନୀଙ୍କ ସହିତ ମିଶି ସାନ ଭାଇ ଭବାନୀ ଶଙ୍କର ରାଉତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ୩ ମାସ ପୂର୍ବରୁ ସେ ଏହି ଯୋଜନା କରିଥିଲେ। ଏଥିପାଇଁ ବିଜୟ ପୁରୁଣା ବାଲେଶ୍ୱରର ମଣ୍ଡଳ ସାହିର ଜଣେ ୩୧ ବର୍ଷୀୟ ଯୁବକଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ହେଉଛି ମୁଖ୍ୟ ସୁପାରୀ କିଲର। ସେ ଆଉ ଜଣେ ୨୬ ବର୍ଷୀୟ ଅଭିଯୁକ୍ତଙ୍କ ସହିତ ଯୋଗାଯୋଗ କରିଥିଲେ। ସେହି ୨୬ ବର୍ଷୀୟ ଯୁବକ ଆଉ ୩ ଜଣଙ୍କ ସହିତ ଯୋଗାଯୋଗ କରି ତାଙ୍କ ଟିମ୍ ଗଠନ କରିଥିଲେ ଏବଂ ସମସ୍ତେ ମିଶି ପୂରା ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇଥିଲେ।

Also Read

ବିଜୟ ପ୍ରଥମେ ଯେଉଁ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ, ସେ ଯୋଜନା ଅନୁଯାୟୀ ୩ ମାସ ତଳୁ କୌଣସି କାମ ବାହାନାରେ ଭବାନୀଙ୍କ ସହିତ ମିଳାମିଶା ବଢ଼ାଇଥିଲେ। ଭବାନୀଙ୍କ ସହିତ ସେ ନିୟମିତ ଭାବେ ଯୋଗାଯୋଗରେ ଥିଲେ। ଭବାନୀଙ୍କ ଭରସା ଜିତିବା ପରେ ସେ ଘଟଣା ଦିନ ଏକ ଭୋଜିଭାତର ଆୟୋଜନ କରିଥିଲେ। ତାଙ୍କ ସହିତ ଆଉ ୪ ସୁପାରୀ କିଲର ଏଥିରେ ସାମିଲ ହୋଇଥିବା ବେଳେ ଭବାନୀ ସେଠାକୁ ତାଙ୍କ ବନ୍ଧୁ ମନୋରଞ୍ଜନ ମହାପାତ୍ରଙ୍କୁ ନେଇ ଯାଇଥିଲେ। ସେଠାରେ ସୁଯୋଗ ଦେଖି ୫ ସୁପାରୀ କିଲର ମିଶି ଭବାନୀ ଓ ମନୋରଞ୍ଜନଙ୍କୁ ହତ୍ୟା କରିଥିଲେ। ସେମାନେ ପ୍ରଥମେ ଭବାନୀଙ୍କୁ ତେଲେଙ୍ଗା କଟୁରୀରେ ହତ୍ୟା କରିଥିଲେ। ତା’ପରେ ସେମାନେ ମନୋରଞ୍ଜନ ମହାପାତ୍ରଙ୍କୁ ମାରି ଦେଇଥିଲେ। କାରଣ ସେ ସେଠାରେ ଉପସ୍ଥିତ ଥିଲେ ଓ ଭବାନୀଙ୍କୁ ହତ୍ୟା କରାଯିବା ବେଳେ ଦେଖିଥିଲେ। ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ମଧ୍ୟ ସୁପାରୀ କିଲରମାନେ ମାରି ଦେଇଥିଲେ। ସେମାନେ ଉଭୟଙ୍କ ମୃତଦେହକୁ ବ୍ଲୁ ଲେକ୍‌ରେ ଫୋପାଡ଼ି ଦେଇଥିଲେ।

୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୬ ତାରିଖରେ ବିଜୟ କୁମାର ରାଉତ ନୀଳଗିରି ଥାନାକୁ ଯାଇ ତାଙ୍କ ସାନ ଭାଇ ଭବାନୀ ଶଙ୍କର ରାଉତ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହା ସହିତ ନୀଳଗିରିର କ୍ଲୁ ଲେକ୍‌ ପାଖରେ ତାଙ୍କ ଭାଇଙ୍କ ଚପଲ ସହିତ ରକ୍ତଛିଟା ପଡ଼ିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପୁଲିସକୁ କହିଥିଲେ। ତାଙ୍କ ଅଭିଯୋଗ ଆଧାରରେ ନୀଳଗିରି ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ପୁଲିସ୍ ଟିମ୍ ବିଶ୍ୱସ୍ତସୂତ୍ରରୁ ଖବର ପାଇଲା ଯେ ଏହି ଘଟଣାରେ ବିଜୟଙ୍କର ସଂପୃକ୍ତି ଥାଇପାରେ। ଏହା ପରେ ପୁଲିସ୍ ବିଜୟଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା। ଜେରା ବେଳେ ବିଜୟ ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା ବିଷୟରେ କହିଥିଲେ। ଏହା ପରେ ପୁଲିସ୍ ସେହି ବ୍ୟକ୍ତିଙ୍କୁ ଧରିଲା ଯାହା ସହିତ ବିଜୟ ପ୍ରଥମେ ଯୋଗାଯୋଗ କରିଥିଲେ। ତା’ପରେ ଅନ୍ୟ ୩ ଜଣଙ୍କୁ ଧରାଯାଇଥିଲା। ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।

ଅନ୍ୟପକ୍ଷରେ ତିନି ଦିନ ଧରି ଖୋଜାଖୋଜି କରିବା ପରେ ଆଜି ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ବ୍ଲୁ ଲେକ୍‌ରୁ ପାଇଥିଲା ପୁଲିସ୍। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ସହାୟତାରେ ଦୁଇଟି ଯାକ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ସୁପରୀ କିଲରମାନଙ୍କୁ ବିଜୟ କୁମାର ରାଉତ ୧ ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। ପୁଲିସ୍ ୪ ଅଭିଯୁକ୍ତଙ୍କ ପାଖରୁ ନଗଦ ୭୦ ହଜାର ଟଙ୍କା ଜବତ କରିଛି। ଏହା ସହିତ ୬ ଅଭିଯୁକ୍ତଠାରୁ ୬ଟି ମୋବାଇଲ, ୨ଟି ତେଲଙ୍ଗା କଟୁରୀ ଓ ୩ଟି ବାଇକ୍ ଜବତ କରିଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story