Advertisment

ଦାଦନ ଖଟିବାକୁ ଯାଇଥିଲେ, ମାରି ଦେଲେ ଭିଣୋଇ

୨ ମାସ ତଳେ ଦାଦନ ଖଟିବାକୁ ଯାଇ ଭଉଣୀ ଓ ଭିଣୋଇଙ୍କ ଘରେ ରହୁଥିଲେ ଅଭିୟ।

ଅଦ୍ୟତନ ହୋଇଛି
Accused and Victim

Accused and Victim

Advertisment

ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେରଳର କୋଲାମ ଜିଲ୍ଲାର କଟରାକେରା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ।

Advertisment

ମୃତକ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ବୀର । ଅଭୟ ୨ ମାସ ତଳେ କେରଳକୁ ଦାଦାନ ଖଟିବାକୁ ଯାଇଥିଲେ। ସେଠାରେ କୋଲାମ ଜିଲ୍ଲା କଟରାକେରା ସେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହିତ ରହୁଥିଲେ।

ଗତ ଶୁକ୍ରବାର ରାତିରେ ହଠାତ କୌଣସି କାରଣରୁ ଅଭୟଙ୍କ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭୟ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ରାଗିଯାଇ ଘର ଛାଡ଼ି କୋଏମ୍ବାଟୁର ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ତାଙ୍କ ଭିଣୋଇ ମନୋଜ କୁମାର ନାୟକ ପ୍ରତଶୋଧ ପରାୟଣ ହୋଇଯାଇଥିଲେ। ସେ ଅଭୟଙ୍କୁ ପିଛା କରି କଟରାକେରା ଥାନା ଚାନ୍ଦମୁଖୀ ନିକଟରେ ପଥରରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମନୋଜ କୁମାର ନାୟକଙ୍କୁ ଗିରଫ କରିଛି। ଅନ୍ୟପଟେ ମୃତଦେହ ଗାଁକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭୟଙ୍କ ପରିବାର ଲୋକେ।

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe