Advertisment

ଭାଉଜକୁ ପଥରରେ ଛେଚି ମାରିଦେଲା ଦିଅର

ମା’ଙ୍କୁ ଧକ୍କା ମାରୁଥିବା ବେଳେ ପ୍ରତିରୋଧ କରିଥିଲେ ଭାଉଜ। ଆଉ ତା’ ପରେ ଭାଉଜଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ।

author-image
Jitendra Garnayak
ଅଦ୍ୟତନ ହୋଇଛି
Deadbody

Deadbody

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବଙ୍ଗଳା ସାହିରେ ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ପଥରରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ମୃତ ମହିଳାଙ୍କ ନାଁ ମାମାଲି ପାଇକ। ଫେରାର ଅଭିଯୁକ୍ତଙ୍କ ନାଁ ସୁଶାନ୍ତ ପାଇକ। ସୂଚନା ଅନୁଯାୟୀ, ସୁଶାନ୍ତ ତାଙ୍କ ଭାଉଜ ମାମାଲିଙ୍କୁ ଖାଇବାକୁ ମାଗିଥିଲେ। ସେହି ସମୟରେ ସୁଶାନ୍ତଙ୍କୁ ତାଙ୍କ ମା’ ଗାଳି କରିଥିଲେ। ସୁଶାନ୍ତ ଉତ୍‌କ୍ଷିପ୍ତ ହୋଇ ତାଙ୍କ ମାଆଙ୍କୁ ଧକ୍କା ମାରିଥିଲେ। ମାମାଲି ଏହାକୁ ବିରୋଧ କରିଥିଲେ। ସୁଶାନ୍ତ ଏଥିରେ ରାଗିଯାଇ ନିକଟରେ ପଡ଼ିଥିବା ଏକ ପଥର ସାହାଯ୍ୟରେ ଭାଉଜଙ୍କ ମୁଣ୍ଡକୁ ଛେଚି ଦେଇଥିଲେ।

ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାମାଲିଙ୍କୁ ଉଦ୍ଧାର କରି ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ତାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍‌ର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଫେରାର ରହିଛି।

Advertisment
Odisha Police Murder Crime Gajapati District