Advertisment

ଗର୍ଭବତୀ ଝିଅକୁ ପିଟି ମାରି ଦେଲା ବାପା

ସାକର ଟୁଡୁ ବାହା ହୋଇଥିଲେ। ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Dead Body

Dead Body

ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ପଥରଖନି ଗାଁରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ଝିଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସାକର ଟୁଡୁ। ତାଙ୍କ ବାପା ଜିତୁ ଟୁଡୁଙ୍କୁ କପ୍ତିପଦା ପୁଲିସ୍ ଗିରଫ କରିଛି।

Advertisment

ସାକର ଟୁଡୁ ବାହା ହୋଇଥିଲେ। ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସେ ଆସି ତାଙ୍କ ବାପ ଘରେ ରହୁଥିଲେ।

ଜିତୁ ଟୁଡୁ ଏବେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ସାକର ୩/୪ ମାସର ଗର୍ଭବତୀ ଅଛନ୍ତି। ଏହାକୁ ନେଇ ସେ ସାକରଙ୍କୁ ପିଟାପିଟି କରିଥିଲେ। ଆଉ ସେଥିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ସାକର ଟୁଡୁ ଗର୍ଭବତୀ ଥିଲେ ବୋଲି ତାଙ୍କ ଭାଇ ଦୁର୍ଗା ଟୁଡୁ କହିଛନ୍ତି। ତେବେ ଆଜି ସେ ଘରେ ନଥିବା ବେଳେ ତାଙ୍କ ବାପା ତାଙ୍କ ଭଉଣୀଙ୍କୁ ପିଟି ମାରି ଦେଇଥିବା ସେ କହିଛନ୍ତି। ସ୍ୱାମୀ ନଥାଇ ଭଉଣୀ ଗର୍ଭବତୀ ହୋଇଥିବାରୁ ବାପା ପିଟି ମାରି ଦେଇଥିବା ଦୁର୍ଗା ଟୁଡ଼ୁ କହିଛନ୍ତି।  

Murder