Advertisment

ବାପାକୁ ମାରି ସାବତ ମା’କୁ ଦୁଷ୍କର୍ମ କଲା ପୁଅ

ରବିବାର ରାତିରେ ଗାଁରେ ଭୋଜିଥିଲା। ସମସ୍ତେ ଭୋଜି ଖାଇ ଘରକୁ ଫେରିବା ପରେ ଘଟିଥିଲା ଏହି ଘଟଣା।

Rape

Rape

Advertisment

ଜଣେ ଯୁବକ ତା’ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା’କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ଘଟିଛି ଏହି ଘଟଣା।

Advertisment

ଗତକାଲି ରାତିରେ ଚମ୍ପାଝର ଗାଁରେ ଭୋଜି ହୋଇଥିଲା। ସାଧାଇ ହେମ୍ରମ, ତାଙ୍କ ପତ୍ନୀ ଓ ପୁଅ ଲୁଗୁ ହେମ୍ରମ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ସାଧାଇ ଓ ତାଙ୍କ ପତ୍ନୀ ପ୍ରଥମେ ଘରକୁ ଫେରିଥିଲେ। ସେମାନେ ଘରକୁ ଫେରି ଗପସପ ହେଉଥିବା ବେଳେ ପୁଅ ଲୁଗୁ ହେମ୍ରମ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ। ଜମିବାଡ଼ି ବିକ୍ରିକୁ ନେଇ ସେ ବାପା ସାଧାଇଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବାପ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଲୁଗୁ ହେମ୍ରମ ଏକ ଟାଙ୍ଗିଆରେ ସାଧାଇଙ୍କୁ ଆକ୍ରମଣ କରିଥିଲେ। ସାଧାଇଙ୍କ ମୁଣ୍ଡରେ ଚୋଟ ପଡ଼ିଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଲୁଗୁଙ୍କ ଠାରୁ ଟାଙ୍ଗିଆ ଛଡ଼ାଇବାକୁ ଦୌଡ଼ି ଯାଇଥିଲେ ସାବତ ମା’। ହେଲେ ନୃଶଂସ ଲୁଗୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ପାଟି କଲେ ତାଙ୍କୁ ବି ମାରି ଦେବ ବୋଲି କହିଥିଲେ।

ପରେ ପୀଡ଼ିତା (ସାଧାଇଙ୍କ ପତ୍ନୀ ତଥା ଲୁଗୁର ସାବତ ମା’) ଘରୁ ଖସି ଯାଇ ଗାଁ ଲୋକଙ୍କୁ ଡାକିଥିଲେ। ସେମାନେ ଆସି ଲୁଗୁକୁ କାବୁ କରିଥିଲେ।

Advertisment

ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୁଗୁ ଓ ତାଙ୍କ ସାବତ ମା’ଙ୍କର ଡାକ୍ତରୀମାଇନା କରାଯାଇଛି। ଟମକା ପୁଲିସ୍ ଉଭୟଙ୍କୁ ପଚରାଉଚରା କରିବା ସହିତ ଘଟଣାର ତତନ୍ତ ଜାରି ରଖିଛି।

ନିଶାସକ୍ତ ଅବସ୍ଥାରେ ଏହି କାଣ୍ଡ ଭିଆଇଥିବା ନିଜେ ସ୍ୱୀକାର କରିଛି ଲୁଗୁ ହେମ୍ରମ। ସେ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ମଧ୍ୟ ଦେଇଛି।

Odisha Police Murder Crime Jajpur Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe