Advertisment

ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ପାଖକୁ ଯାଇଥିଲେ, ସିଏ ତଣ୍ଟି ଚିପି ମାରିଦେଲା!

ବଢ଼ିଲା ପୁଅ ଓ ଝିଅଙ୍କ ବିରୋଧ ଯୋଗୁ ନମିତାଙ୍କୁ ଧରି ଭୁବନେଶ୍ୱର ପଳାଇ ଆସିଥିଲେ ସମରେନ୍ଦ୍ର। ଉଭୟ ଗୋବିନ୍ଦଶ୍ୱର ଲେନ୍‌ କୁଞ୍ଜପାଟଣା ସାହିରେ ଘର ଭଡ଼ା ନେଇ ରହୁଥିଲେ। ଦୁଇ ବର୍ଷ ଧରି ଉଭୟ ରହୁଥିଲେ। ହେଲେ ଶାନ୍ତିରେ ରହି ପାରିଲେ ନାହିଁ।

ଅଦ୍ୟତନ ହୋଇଛି
Woman

Woman

Advertisment

ସ୍ୱାମୀଙ୍କ ହାତ ଧରି ସଂସାର ଗଢ଼ିବା ପାଇଁ ଶାଶୁ ଘରକୁ ଯାଇଥିଲେ ନମିତା। ସଂସାର ଗଢ଼ିଲେ। ତିନି ପିଲା ମାଆ ହେଲେ। ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହିତ ପଳାଇ ଗଲେ। ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇ ଘର ସାଂସାର ଗଢ଼ିବା ପାଇଁ ଆଶା ରଖିଥିଲେ। ହେଲେ ପ୍ରେମିକଙ୍କ ପୁଅ ଓ ଝିଅ ବିରୋଧ କରିଥିଲେ। ତେଣୁ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ହେଲେ ରହିପାରିଲେ ନାହିଁ। ଯାହାକୁ ପ୍ରେମ କରୁଥିଲେ, ଶେଷରେ ସିଏ ବେକରେ ସ୍କାର୍ପ ଗୋଡ଼ାଇ ମାରିଦେଲା।

Advertisment

ପୂରା ଘଟଣା ଏମିତି। ବଂକିମ ଚନ୍ଦ୍ର ସାହୁଙ୍କୁ ‍ଭଦ୍ରକ ଜିଲ୍ଲା ବିଦେହୀପୁର ଗାଁର ନମିତା ସାହୁ ବିବାହ କରିଥିଲେ। ବିବାହ ପରେ ସଂସାର ଗଢ଼ି ଥିଲେ ନମିତା। ୨ ଝିଅ ଓ ଗୋଟିଏ ପୁଅ ମାଆ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପାରିବାରି ବିବାଦ ଦେଖା ଦେଇଥିଲା। ତା’ପରେ ବଂକିମ ଓ ତାଙ୍କ ଛୋଟ ଛୋଟ ପିଲାଙ୍କୁ ଛାଡ଼ି ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ ନମିତା। ଏଠାରେ ରହି କାମଦାମ କରି ଚଳୁଥିଲେ।

ରାଜଧାନୀରେ ରହଣୀ ସମୟରେ ସମରେନ୍ଦ୍ର ବିଶ୍ୱାଳଙ୍କ ସଂସ୍ପର୍ଶରେ ଆସିଥିଲେ ନମିତା। ସମରେନ୍ଦ୍ର ହେଉଛନ୍ତି ଜଣେ ବସ୍‌ କଣ୍ଡକ୍ଟର। ତାଙ୍କ ଘର ଭଦ୍ରକ ଜିଲ୍ଲା ହାବେଳି ସାହିରେ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଝିଅ ଅଛନ୍ତି। ବସ୍‌ରେ ଯିବା ଆସିବା ବେଳେ ସମରେନ୍ଦ୍ରଙ୍କ ସହିତ ନମିତାଙ୍କ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତା’ପରେ ଉଭୟ ମନ୍ଦିରରେ ବାହା ହୋଇ ଯାଇଥିଲେ। ବାହାଘର ପରେ ନମିତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ ସମରେନ୍ଦ୍ର। ହେଲେ ପୁଅ ଓ ଝିଅ ବିରୋଧ କରିଥିଲେ। ଯେଉଁଥିପାଇଁ ପାଟିତୁଣ୍ଡ ହୋଇଥିଲା।

Advertisment
Accuseକମିଶନରେଟ୍‌ ପୁଲିସ୍‌ କବ୍ଜାରେ ପତ୍ନୀ ହତ୍ୟାକାରୀ

ବଢ଼ିଲା ପୁଅ ଓ ଝିଅଙ୍କ ବିରୋଧ ଯୋଗୁ ନମିତାଙ୍କୁ ଧରି ଭୁବନେଶ୍ୱର ପଳାଇ ଆସିଥିଲେ ସମରେନ୍ଦ୍ର। ଉଭୟ ଗୋବିନ୍ଦଶ୍ୱର ଲେନ୍‌ କୁଞ୍ଜପାଟଣା ସାହିରେ ଘର ଭଡ଼ା ନେଇ ରହୁଥିଲେ। ଦୁଇ ବର୍ଷ ଧରି ଉଭୟ ରହୁଥିଲେ। ହେଲେ ଶାନ୍ତିରେ ରହି ପାରିଲେ ନାହିଁ। ନମିତା ଓ ସମରେନ୍ଦ୍ରଙ୍କ ପିଲାମାନେ ବଢ଼ି ଯାଇଥିବାରୁ ବିବାଦ ବଢ଼ିବାରେ ଲାଗିଲା। ଯେଉଁଥିପାଇଁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ଭିତରେ ସମ୍ପର୍କ ଖରାପ ହେଲା। ନମିତାଙ୍କୁ ଅନେକ ସମୟରେ ସମରେନ୍ଦ୍ର ମାରଧର କରୁଥିଲେ। ହେଲେ ପ୍ରତିବାଦ କରିପାରୁନଥିଲେ କି ପିଲା ଛୁଆଙ୍କ ପାଖକୁ ଫେରି ପାରୁନଥିଲେ ନମିତା। ନିଜ ଭୟ ନିଜକୁ ଗୋଡ଼ାଉ ଥିଲା। କେଉଁ ମୁହଁ ନେଇ ବଢ଼ିଲା ପିଲାଙ୍କ ପାଖକୁ ଯିବେ ନମିତା? ସେହି ଚିନ୍ତାରେ ମାଡ଼ ଗାଳି ଖାଇ ରହୁଥିଲେ।

୨୦୨୧ ଡିସେମ୍ୱର ୯ ତାରିଖ ରାତିରେ ଘରକୁ ଫେରିଥିଲେ ସମରେନ୍ଦ୍ର। କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନମିତାଙ୍କ ଛାତିରେ ମାଡ଼ି ବସିଥିଲେ ସମରେନ୍ଦ୍ର। ତା’ପରେ ତାଙ୍କ ବେକରେ ସ୍କାର୍ପ ଗୋଡ଼ାଇ ତଣ୍ଟି ଚିପି ମାରି ଦେଇଥିଲେ। ତା’ପରେ ଘର ଛାଡ଼ି କୋଲକାତା ପଳାଇଯାଇଥିଲେ ସମରେନ୍ଦ୍ର। ନିଜର ପୁଅ ଝିଅଙ୍କ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ।

୧୦ ତାରିଖ ସକାଳେ ଦୀର୍ଘ ସମୟ ଧରି ଘରର କବାଟ ନଖୋଲିବାରୁ ଲିଙ୍ଗରାଜ ଥାନାକୁ ଖବର ଦେଇଥିଲେ ଘର ମାଲିକ। କମିଶନରେଟ୍‌ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ନମିତାଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ ତପନ ସାହୁଙ୍କୁ ଡକାଇଥିଲେ। ଘଟଣାର ତଦନ୍ତ ଚାଲିଥିବା ବେଳେ ସମରେନ୍ଦ୍ରଙ୍କ ଲିଙ୍କ ମିଳିଥିଲା। ହେଲେ ସମରେନ୍ଦ୍ର କୋଲକାତାରେ ରହି ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିବାରୁ ଧରିବା କଷ୍ଟକର ହେଉଥିଲା। ସେ ପୁଲିସ୍‌କୁ ଛକ୍‌ମା ଦେଇ ଘୂରି ବୁଲୁଥିଲା।

ସମରେନ୍ଦ୍ର ମଝିରେ ମଝିରେ ବାଲେଶ୍ୱରକୁ ବସ୍‌ରେ ଆସୁଥିବା କମିଶନରେଟ୍‌ ପୁଲିସ୍‌ ଜାଣିବାକୁ ପାଇଥିଲା। ଏହା ପରେ ବାଲେଶ୍ୱର ପୁଲିସ୍‌ ସହାୟତାରେ କମିଶନରେଟ୍‌ ପୁଲିସ୍‌ ସେଠାରେ ଆଡ୍ଡା ଜମାଇଥିଲା। ୪ ଦିନ ରହିବା ପରେ ଶନିବାର ଅଭିଯୁକ୍ତ ସମରେନ୍ଦ୍ରକୁ କମିଶନରେଟ୍‌ ପୁଲିସ୍‌ ଧରିବାରେ ସଫଳ ହୋଇଛି। ତାଙ୍କୁ ପଚରାଉଚରା ବେଳେ ହତ୍ୟା ନେଇ ସ୍ୱୀକାର କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ।

ସମରେନ୍ଦ୍ର ବିଶ୍ୱାଳଙ୍କ ଘର ସାନ ନାଇକାଣିଡିଂ ହାବେଳି ସାହି

Bhubaneswar Bhubaneswar News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe