Advertisment

ସ୍ୱାମୀଙ୍କୁ ଛାଡ଼ି ଫେରାର ହେବାକୁ ମନା କଲା ପ୍ରେମିକା, ଛୁରୀ ମାରି ହତ୍ୟା କଲା ପ୍ରେମିକ !

ପ୍ରାୟ ୨୦ ଦିନ ହେଲା ଅଭିଯୁକ୍ତ ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାଠ କାମ କରୁଥିଲେ ଓ ସେମାନଙ୍କ ଘରେ ରହୁଥିଲେ।

Gitanjali

Gitanjali

Advertisment

ସ୍ୱାମୀଙ୍କ ଦୋକାନ ନବୀକରଣ କାମରେ ନିୟୋଜିତ ଯୁବକଙ୍କ ପ୍ରେମରେ ପଡ଼ିଗଲେ ସ୍ତ୍ରୀ! ତାଙ୍କୁ ନେଇ ଫେରାର ହୋଇଯିବାକୁ ଯୋଜନା କରିଥିଲେ ପ୍ରେମିକ! କିନ୍ତୁ ଏଥିରେ ରାଜି ହୋଇ ନଥିଲେ ସେ! ତେଣୁ ରାଗି ଯାଇ ଛୁରୀ ଭୁସି ତାଙ୍କୁ ହତ୍ୟା କରିଥିଲେ ପ୍ରେମିକ! ଭୁବନେଶ୍ୱରର କ୍ୟାପିଟାଲ ଥାନା ଝରଣା ବସ୍ତିରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡ ପଛରେ ଏହି କାରଣ ରହିଛି ବୋଲି କୁହାଯାଉଛି। କ୍ୟାପିଟାଲ ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହା ପଛରେ ଲଭ୍ ଅଫାୟାର ଥିବା କହିଛି।

Advertisment

ମୃତ ମହିଳାଙ୍କ ନାଁ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ। ତାଙ୍କ ସ୍ୱାମୀଙ୍କ ନାଁ କୁଞ୍ଜବିହାରି ଦତ୍ତ। ଭୁବନେଶ୍ୱରର ବାପୁଜୀ ନଗରରେ କୁଞ୍ଜବିହାରିଙ୍କର ଏକ ମୋବାଇଲ ମରାମତି ଦୋକାନ ଅଛି। ସେ ସେହି ଦୋକାନର ନବୀକରଣ କାର୍ଯ୍ୟ କରୁଥିଲେ। ଦୋକାନରେ ଚାଲିଥିବା କାଠ କାମରେ ସେ କାଳୁ ନାମକ ଜଣେ ଯୁବକଙ୍କୁ ନିୟୋଜିତ କରିଥିଲେ। କାଳୁ ତାଙ୍କ ଘରେ ମଧ୍ୟ ରହୁଥିଲେ। ପ୍ରାୟ ୨୦ ଦିନ ହେଲା କାଳୁ କୁଞ୍ଜବିହାରିଙ୍କ ଦୋକାନରେ କାମ କରିବା ସହିତ ତାଙ୍କ ଘରେ ରହୁଥିଲେ।

ଏହା ଭିତରେ ସେ କୁଞ୍ଜବିହାରିଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ପ୍ରେମରେ ପଡ଼ିଯାଇଥିଲେ। କୁହାଯାଉଛି, ଗୀତାଞ୍ଜଳି ବି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହା ପରେ କାଳୁ ତାଙ୍କୁ ନେଇ ଫେରାର ହୋଇଯିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ତାଙ୍କର ଏହି ଯୋଜନାରେ ରାଜି ହୋଇ ନଥିଲେ ଗୀତାଞ୍ଜଳି। ସେ ତାଙ୍କ ସ୍ୱାମୀ ଓ ଘର ଛାଡ଼ି ଯିବାକୁ ଅମଙ୍ଗ ହୋଇଥିଲେ। ଫଳରେ କାଳୁ ରାଗି ଯାଇଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଦୋକାନରେ ଥିବା ବେଳେ ତାଙ୍କ ଘରକୁ ଯାଇଥିଲେ କାଳୁ। ସେତେବେଳେ ଗୀତାଞ୍ଜଳି ତାଙ୍କ ଘର ଆଗରେ ଥିଲେ। କାଳୁ ତାଙ୍କୁ ସେଠାରେ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସନ୍ଧ୍ୟା ୭ଟା ପାଖାପାଖି ଏହି ଘଟଣା ଘଟିଥିଲା।

Advertisment

ଗୀତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ କ୍ୟାପିଟାଲ ଥାନାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଏତଲା ଦେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍। ଘଟଣାସ୍ଥଳରେ ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍। ପୁଲିସ୍ ଫେରାର ଅଭିଯୁକ୍ତ କାଳୁଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

କ୍ୟାପିଟାଲ୍ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା କହିଛନ୍ତି, ଘଟଣା ପଛରେ ପ୍ରେମ ବ୍ୟାପାର ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିବା ପରେ ଏ ବିଷୟରେ ଜଣାପଡ଼ିବ। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ। ସେମାନେ ପୂର୍ବରୁ ପରସ୍ପରକୁ ଭଲ ପାଉଥିଲେ ନା ଏହି ୨୦ ଦିନ ହେବ ପ୍ରେମରେ ପଡ଼ିଥିଲେ, ତାହା ମଧ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି କ୍ୟାପିଟାଲା ଥାନା ଅଧିକାରୀ କହିଛନ୍ତି।

Murder Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe