Advertisment

ମା’କୁ ପିଟିଲେ ବାପା, ବାଧା ଦେବାକୁ ଯାଇ ପ୍ରାଣ ହରାଇଲା ପୁଅ

ଦିଲ୍ଲୀପଙ୍କ ବେକରେ ତେଣ୍ଟାଟି ଗଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
House

House

Advertisment

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇବରାଇ ରାଇଦଣ୍ଡା ଗାଁରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ତେଣ୍ଟାରେ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଦିଲ୍ଲୀପ ଭୋଇ। ତାଙ୍କ ବାପାଙ୍କ ନାଁ ସୁଦର୍ଶନ ଭୋଇ।

Advertisment

ବୁଧବାର (ଗତକାଲି) ରାତିରେ ସୁଦର୍ଶନ କୌଣସି କାରଣରୁ ତାଙ୍କ ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲେ। ଏମିତିକି ସେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହା ଦେଖି ସୁଦର୍ଶନଙ୍କୁ ତାଙ୍କ ମଝିଆଁ ପୁଅ ଦିଲ୍ଲୀପ ଭୋଇ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ସୁଦର୍ଶନ। ଘରେ ଥିବା ଏକ ତେଣ୍ଟା ଆଣି ସେ ଦିଲ୍ଲୀପଙ୍କୁ ଭୁଷି ଦେଇଥିଲେ।

ଦିଲ୍ଲୀପଙ୍କ ବେକରେ ତେଣ୍ଟାଟି ଗଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦିଲ୍ଲୀପଙ୍କ ବଡ଼ ଭାଇ ଦୀପକ ଭୋଇ ଘଟଣା ସଂପର୍କରେ ଜଗତସିଂହପୁର ସଦର ଥାନାରେ ଏତଲା ଦେବା ପରେ ପୁଲିସ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଅଭିଯୁକ୍ତ ସୁଦର୍ଶନ ଭୋଇଙ୍କୁ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଗତସିଂହପୁର ଏଏସ୍‌ପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Murder Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe