Advertisment

ଘରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଯୁବକ ଗିରଫ

ଅକ୍ଟୋବର ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଦେଢ଼ ମାସ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Ganesh and dead snake

Ganesh and dead snake

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ସାପ ଆପେ ଆପେ ଘରେ ପଶି ସେମାନଙ୍କୁ ମାରି ନଥିଲା। ସେମାନଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଛଡ଼ା ଯାଇଥିଲା। ସାପକୁ ଘରେ ଛାଡ଼ିଥିଲେ ନିଜେ ମୃତ ମହିଳାଙ୍କ ସ୍ୱାମୀ ତଥା ସେହି ଛୋଟ ଝିଅର ବାପା। କବିସୂର୍ଯ୍ୟନଗର ପୁଲିସ୍ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।

Advertisment

ଏହି ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ। ସ୍ତ୍ରୀ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତା ଶୋଇଥିବା ବେଳେ ଘରେ ସାପ ଛାଡ଼ିଥିଲେ ଗଣେଶ ପାତ୍ର। ସେ ଏକ କୋଳଥିଆ ନାଗ ସାପ ଘରେ ଛାଡ଼ିଥିଲେ। ନାଗ ସାପଟିକୁ ସେ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ ବୋଲି ଜଣାପଡ଼ିଛି।

ମୃତ ବାସନ୍ତୀଙ୍କ ବାପା ବି. ଖଲି ପାତ୍ର କହିଛନ୍ତି ଯେ ୩ ବର୍ଷ ତଳେ ସେ ତାଙ୍କ ଝିଅକୁ ଗଣେଶ ପାତ୍ର ସହିତ ବିବାହ କରାଇଥିଲେ। ସେ (ଗଣେଶ ପାତ୍ର) ସେତେବେଳେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସ୍ଥାନରେ କାମ କରୁଥିଲେ। କିନ୍ତୁ ବିବାହ ପରେ କାମ କରିବାକୁ ଗଲେ ନାହିଁ। ବିଭିନ୍ନ ସମୟରେ ଝିଅକୁ ହଇରାଣ କରୁଥିଲେ। ସେ ନେଇ ଥାନାରେ କେସ୍ ମଧ୍ୟ ହୋଇଥିଲା।

Advertisment

ସେ ଆହୁରି କହିଛନ୍ତି, ଗଣେଶଙ୍କର ତାଙ୍କର ଜଣେ ଭାଉଜଙ୍କ ସହିତ ସଂପର୍କ ଅଛି। ସେଥିପାଇଁ ସେ ମୋ ଝିଅକୁ ଡିଭୋର୍ସ ଦେବାକୁ ଚାହୁଁଥିଲେ। କିନ୍ତୁ ଆମେ ଥାନାରେ କେସ୍ କରିଥିବାରୁ ଡିଭୋର୍ସ ହୋଇପାରି ନଥିଲା। ତେଣୁ ସେ ମୋ ଝିଅକୁ ସବୁଦିନ ପାଇଁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରି ଘରେ ସାପ ଛାଡ଼ି ହତ୍ୟା କରିଛନ୍ତି।

କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ବାସନ୍ତୀ ଓ ତାଙ୍କ ଝିଅର ମୃତ୍ୟୁ ସାପ କାମୁଡ଼ିବା ଯୋଗୁଁ ହୋଇଥିଲା। ଗାଁ ଲୋକେ ସାପଟିକୁ ବାଡ଼େଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ସାପ କାମୁଡ଼ାରେ ସେମାନଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜାଣି ମୃତ ମହିଳାଙ୍କ ବାପା ଆଉ ଏକ ଏତଲା ଦେଇଥିଲେ। ଏହା ପରେ ତଦନ୍ତ ସେହି ଦିଗରେ ହୋଇଥିଲା।

ଅଭିଯୁକ୍ତ କେ. ଗଣେଶ ପାତ୍ର କହିଛନ୍ତି, ମୁଁ ଘରେ ସାପ ଛାଡ଼ି ମୋ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଛି ବୋଲି ମୋ ଶ୍ୱଶୁର ମିଛ ଅଭିଯୋଗ କରିଛନ୍ତି।

Murder Police Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe