Advertisment

ସ୍ତ୍ରୀକୁ ମାରି ପୋତି ଦେଇଥିଲେ ସ୍ୱାମୀ, ପୁଲିସ ଆସିବା ପରେ ମିଳିଲା ଶବ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସବୁବେଳେ ଝଗଡ଼ା କରୁଥିଲା ସ୍ୱାମୀ।

Accused and the dead

Accused and the dead

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାବୁ ନୂଆଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।

Advertisment

ମୃତ ମହିଳାଙ୍କ ନାଁ ସରସ୍ୱତୀ କିସାନ। ତାଙ୍କ ସ୍ୱାମୀଙ୍କ ନାଁ ତ୍ରିଲୋଚନ କିସାନ।

ସୂଚନା ଅନୁଯାୟୀ, ତ୍ରିଲୋଚନ ସବୁ ବେଳେ ତାଙ୍କ ସ୍ତ୍ରୀ ସରସ୍ୱତୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ସେଥିପାଇଁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପତ୍ନୀଙ୍କ ସହିତ ଝଗଡ଼ା ବେଳେ ପୁଅକୁ ମଧ୍ୟ ଗାଳିଗୁଲଜ କରିଥିଲେ ତ୍ରିଲୋଚନ।

ସମସ୍ତେ ଖାଇପିଇ ଶୋଇବା ପରେ ତ୍ରିଲୋଚନ ଏକ କୋଦାଳ ବେଣ୍ଟରେ ସରସ୍ୱତୀଙ୍କୁ ପିଟି ପିଟି ମାରି ଦେଇଥିଲେ। ସକାଳ ହେଲେ କଥା ପ୍ରଘଟ ହୋଇଯିବ ଜାଣି ସେ ଘର ପଛରେ ଥିବା ବାଡ଼ିରେ ଗାତ ଖୋଳି ସରସ୍ୱତୀଙ୍କ ମୃତଦେହକୁ ପୋତି ଦେଇଥିଲେ।

Advertisment

ଆଜି ସକାଳେ ସାଇପଡ଼ିଶା ସରସ୍ୱତୀଙ୍କୁ ଘରେ ନଦେଖି ସନ୍ଦେହ ପ୍ରକାଶ କରିଥିଲେ। ତ୍ରିଲୋଚନଙ୍କୁ ସେମାନେ ଏ ବିଷୟରେ ପଚାରିଥିଲେ। କିନ୍ତୁ ତ୍ରିଲୋଚନ ସ୍ପଷ୍ଟ ଭାବେ କିଛି କହି ନଥିଲେ। ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା। ସେହିପରି ତ୍ରିଲୋଚନଙ୍କ ପୁଅ ମଧ୍ୟ ସନ୍ଦେହ କରିଥିଲେ। ତେଣୁ ସେ ଥାନା ଯାଇ ଅଭିଯୋଗ କରିଥିଲେ। ମା’ ସରସ୍ୱତୀଙ୍କୁ ବାପା ହତ୍ୟା କରିଥିବା ନେଇ ସେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଚାରିଆଡ଼େ ଖୋଜାଖୋଜି କରିଥିଲା। ଖୋଜାଖୋଜି ବେଳେ ପୁଲିସକୁ ପ୍ରଥମେ ରକ୍ତଭିଜା କୋଦାଳ ବେଣ୍ଟ ମିଳିଥିଲା। ତା’ପରେ ବାଡ଼ିରେ ଏକ ସ୍ଥାନରେ ମାଟି ଖୋଳା ହୋଇଥିବା ପୁଲିସ୍ ଦେଖିବାକୁ ପାଇଥିଲା। ସେହି ସ୍ଥାନକୁ ଖୋଳିବା ପରେ ସରସ୍ୱତୀଙ୍କ ମୃତଦେହ ମିଳିଥିଲା। ଏହା ପରେ ପୁଲିସ ତ୍ରିଲୋଚନକୁ ଥାନାକୁ ନେଇ ଅଟକ ରଖିଛି ଏବଂ ଘଟଣାର ତଦନ୍ତ କରୁଛି।

Crime Muder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe