Advertisment

ପିଶାଚ ସ୍ୱାମୀର ବର୍ବରକାଣ୍ଡ, ସ୍ତ୍ରୀ ଟଙ୍କା ନଦେବାରୁ...

ପୁଅ ଘରକୁ ଫେରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପୁଲିସକୁ ଖବର ଦେଇଥିଲେ।

Chandrakant Dalei

Chandrakant Dalei

Advertisment

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମଧୁବତି ବେହେରା ଦଳାଇ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଚନ୍ଦ୍ରକାନ୍ତ ବେହେରା ଦଳାଇ।

Advertisment

ସୂଚନା ଅନୁଯାୟୀ, ଚନ୍ଦ୍ରକାନ୍ତ ତାଙ୍କ ପତ୍ନୀ ମଧୁବତିଙ୍କୁ ଟଙ୍କା ମାଗିଥିଲେ। ହେଲେ ମଧୁବତି ଟଙ୍କା ଦେଇ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଚନ୍ଦ୍ରକାନ୍ତ ଏକ ଧାରୁଆ ଛୁରୀ ଆଣି ତାଙ୍କ ପତ୍ନୀଙ୍କ ତଣ୍ଟିକୁ କାଟି ଦେଇଥିଲେ।

ପୁଅ ସିପୁନ ବେହେରା ଦଳାଇ ଘରକୁ ଫେରିବା ପରେ ମା’ ମଧୁବତିଙ୍କ ଗଳାକଟା ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ତୁମୁଡ଼ିବନ୍ଧ ଥାନାକୁ ଖବର ଦେଇଥିଲେ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହିତ ମୃତଦେହକୁ ଜବତ କରିଥିଲା। ଏହା ସହିତ ଅଭିଯୁକ୍ତ ଚନ୍ଦ୍ରକାନ୍ତ ବେହେରା ଦଳେଇଙ୍କୁ ଥାନାକୁ ନେଇ ଅଟକ ରଖିଛି ଏବଂ ପଚରାଉଚରା କରୁଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe