Advertisment

ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ

ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।

ଅଦ୍ୟତନ ହୋଇଛି
Man Mixes Poison In Food at Niece's Wedding Party

Man Mixes Poison In Food at Niece's Wedding Party

Advertisment

ଆମ ସଂସ୍କୃତିରେ ଭଣଜା-ଭାଣିଜୀଙ୍କ ବିବାହରେ ମାମୁମାନଙ୍କର ବଡ଼ ଭୂମିକା ରହିଥାଏ। ନିର୍ବନ୍ଧଠାରୁ ଆରମ୍ଭ କରି ବାହାଘର ଶେଷ ପର୍ଯ୍ୟନ୍ତ ମାମୁଁ ସମସ୍ତ ପ୍ରମୁଖ କାର୍ଯ୍ୟ ତୁଲାଇଥା'ନ୍ତି। ହେଲେ ଜଣେ ଏମିତି ମାମୁକୁ ଏବେ ପୁଲିସ ଖୋଜୁଛି, ଯିଏ ନିଜ ଭାଣିଜୀ ବିବାହର ରିସେପ୍ସନ ଭୋଜିରେ ବିଷ ମିଶେଇ ଦେଇଛି। ତେବେ ସେହି ଭୋଜି କେହି ଖାଇ ନଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

Advertisment

ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର କୋହ୍ଲପୁର ଜିଲ୍ଲା ପନହାଲା ତହସିଲ ଅନ୍ତର୍ଗତ ଉଟ୍ରେ ଗ୍ରାମରେ। ପୁଲିସ କହିବା ଅନୁସାରେ ମାମୁ ମହେଶ ପାଟିଲ ଘରେ ହିଁ ତାଙ୍କ ଭାଣିଜୀଙ୍କର ଲାଳନପାଳନ ହୋଇଥିଲା। ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଘର ଲୋକ ରାଜି ନହେବାରୁ ସେ ପ୍ରେମିକଙ୍କ ସହ ଲୁଚି ଘର ଛାଡ଼ି ପଳାଇଲେ ଏବଂ ଉଭୟ ବିବାହ କରିଥିଲେ। ହେଲେ ଯୁବତୀଙ୍କ ମାମୁ ମହେଶ ପାଟିଲ୍ ଏଥିରେ ରାଗି ଯାଇଥିଲେ। ପ୍ରତିଶୋଧ ନେବାକୁ ଯାଇ ସେ ଭାଣିଜୀଙ୍କ ବିବାହ ରିସେପ୍ସନରେ ପଶି ଭୋଜିରେ ବିଷ ମିଶାଇ ଦେଇଥିଲେ।

ଭଲ କଥା ହେଉଛି ଅତିଥିମାନେ ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲା। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି। ଅନ୍ୟପଟେ ବିବାହ ରିସେପ୍ସନରେ ଉପସ୍ଥିତ କିଛି ଲୋକ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ପୁଲିସ କହିଛି ଯେ ଖାଦ୍ୟର ନମୂନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଯାଇଥିଲା। ଅଭିଯୁକ୍ତ ବିରୋଧରେ ଭାରତ ନ୍ୟାୟ ସଂହିତା ଅଧିନରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଏବେ ଅଭିଯୁକ୍ତକୁ ଖୋଜୁଛି ପୁଲିସ। 

Advertisment
Maharashtra Man Mixes Poison In Food Uncle Mix Poison In Niece Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe