Accused
ଯାଜପୁର ଜିଲ୍ଲା କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ପ୍ରଥମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତଙ୍କ ନାଁ ରତ୍ନାକର ଦେହୁରୀ।
ଛାତ୍ରୀ ଦ୍ୱୟ ସ୍କୁଲରୁ ଫେରି ସେମାନଙ୍କ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ରତ୍ନାକର ଦେହୁରୀ ସେଠାରେ ପହଞ୍ଚିଥିଲେ। ଗାଁ ପୋଖରୀରେ ମାଛ ଦେଖାଇ ଦେବେ ବୋଲି କହି ସେ ଛାତ୍ରୀ ଦ୍ୱୟଙ୍କୁ ଡାକି ନେଇଥିଲେ।
ପୋଖରୀ ନିକଟରେ ସେ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିଲେ ଓ ସେଠାରୁ ପଳାଇଥିଲେ। ଦୁଇ ନାବାଳିକା ପୋଖରୀ ପାଖରେ କାନ୍ଦୁଥିବା କିଛି ସ୍ଥାନୀୟ ଲୋକ ଦେଖି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ ଘରକୁ ନେଇ ଯାଇଥିଲେ। ସେଠାରେ ପଚରାପଚରି କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହା ପରେ ଉଭୟ ଛାତ୍ରୀଙ୍କ ପରିବାର ଲୋକେ କାଳିଆପାଣି ପୁଲିସକୁ ଖବର ଦେଇଥିଲେ।
ପୁଲିସ ଗାଁରେ ପହଞ୍ଚି ଦୁଇ ଝିଅଙ୍କୁ ଡାକ୍ତରଖାନା ପଠାଇବା ସହିତ ଘଟଣାର ତଦନ୍ତ କରିଥିଲା। ଏହା ପରେ ଅଭିଯୁକ୍ତ ରତ୍ନାକର ଦେହୁରୀଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ। ଆଜି ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accused_1694353305.jpg)