Advertisment

ନୂଆବର୍ଷ ଭୋଜିରେ ସାନ ଭାଇକୁ ଗୁଳି କରି ମାରି ଦେଲେ ବଡ଼ ଭାଇ

ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା।

Police Station

Police Station

Advertisment

ନୂଆବର୍ଷ ପାଇଁ ଗତକାଲି ଦୁଇ ଭାଇ ଓ ସେମାନଙ୍କ କିଛି ସାଙ୍ଗ ଭୋଜିର ଆୟୋଜନ କରିଥିଲେ। ହେଲେ ଭୋଜିରେ ଫୁଟିଥିଲା ଗୁଳି। ବଡ଼ ଭାଇର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ସାନ ଭାଇ। ଘଟଣାଟି ଘଟିଛି ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରେ।

Advertisment

ମୃତ ଯୁବକଙ୍କ ନା କ୍ଷୀରଧର ସିଂ। ଅଭିଯୁକ୍ତ ତଥା ତାଙ୍କ ବଡ଼ ଭାଇଙ୍କ ନାଁ ଉମେଶ ସିଂ। ତାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ତେତେରକେଲା ଘାଟରେ ଆୟୋଜିତ ଭୋଜିରେ ଘଟିଥିଲା ଏହି ଘଟଣା। ଉମେଶ କାହିଁକି ତାଙ୍କ ଭାଇଙ୍କୁ ଗୁଳି କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ସାନଭାଇ ଉପରକୁ ଗୁଳି କଲା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି।

Advertisment

ଉମେଶ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ବି ପ୍ରଶ୍ନ ସୃଷ୍ଟି ହୋଇଛି। ବିଶ୍ରା ଥାନା ଅଞ୍ଚଳ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ବେଳେ ଉମେଶ ସେଠାରୁ ବନ୍ଧୁକ ଆଣିଥାଇ ପାରନ୍ତି ବୋଲି କୁହାଯାଉଛି। ପୁଲିସ୍ ସେ ଦିଗରେ ମଧ୍ୟ ତଦନ୍ତ କରୁଥିବା ଜଣାପଡ଼ିଛି।

Murder Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe