Advertisment

ଟଙ୍କା ଆଗରେ ଫିକା ପଡ଼ିଲା ସମ୍ପର୍କ, ଭଉଣୀକୁ ଗୁଳି କରିଦେଲା ଭାଇ

ପ୍ରସନ୍ନ ଏକ ସିକ୍ୟୁରିଟି ସଂସ୍ଥାର ଗନ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
gun

Gun

ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ।  ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାଖୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି।

Advertisment

ପ୍ରସନ୍ନ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀଙ୍କର ବିବାହ ହୋଇନଥିଲା। ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିଥିଲେ। ମେଡିସିନ ଆଣିବାକୁ ଭଉଣୀକୁ ପଇସା ମାଗିଥିଲେ।

ତାଙ୍କ ସ୍ତ୍ରୀ ବାପଘରକୁ ଯାଇଥିବାବେଳେ ପ୍ରସନ୍ନ ନିଜ ଭଉଣୀକୁ ପଇସା ମାଗିଥିଲେ। ହେଲେ ତାଙ୍କ ଭଉଣୀ ପଇସା ଦେଇନଥିଲେ। ନିଜ ସ୍ତ୍ରୀକୁ ପଇସା ମାଗ ବୋଲି ପ୍ରସନ୍ନଙ୍କୁ କହିଥିଲେ। ଭଉଣୀର ଗୋଟିଏ ପଦରେ କଥା ପ୍ରସନ୍ନଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଗୁଳି କରି ହତ୍ୟା କରିଥିଲେ। ପରେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି। ଏହା ସହ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Police Kendujhar