Advertisment

ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ଚାଲିଗଲା ଜୀବନ

ଝିଅର ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ପାରିଲେନି। ସେଠାରେ ଗୁଳିମାଡ଼ରେ ଚାଲିଗଲା ଜୀବନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Firing

Firing

ଝିଅର ଶ୍ୱଶୁର ଘରକୁ ଯାଇଥିଲେ ବାପା। କିନ୍ତୁ ଆଉ ଘରକୁ ଫେରି ପାରିଲେନି। ସେଠାରେ ଗୁଳିମାଡ଼ରେ ଚାଲିଗଲା ଜୀବନ। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରାରେ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ବିଜୟ ବେହେରା। ତାଙ୍କ ଘର ଖଲିକୋଟର କୁମଣ୍ଡ ଗାଁରେ। ଏହି ଗୁଳିକାଣ୍ଡରେ ତାଙ୍କ ଝିଅ ଗାୟତ୍ରୀ ବେହେରା ଆହତ ହୋଇଛନ୍ତି।

ବିଜୟ ଆଜି ପୋଲସରା ବ୍ଲକ ଛକ ସ୍ଥିତ ତାଙ୍କ ଝିଅ ଗାୟତ୍ରୀଙ୍କ ଶ୍ୱଶୁର ଘରକୁ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସେଠାରେ କୌଣସି ପାରିବାରିକ ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଗାୟତ୍ରୀଙ୍କ ନଣଦେଇ ପ୍ରଶାନ୍ତ ବେହେରା ଗୁଳି ଚଲାଇଥିଲେ।

Advertisment

ଗୁଳିମାଡ଼ ପରେ ଆହତ ବିଜୟ ଓ ଗାୟତ୍ରୀଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ।  

ପୋଲସରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୁଲିସ ଧରିସାରିଥିବା ସୂଚନା ମିଳିଛି।