Gun
ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସା ଖମଣ ଗାଁରେ ପୁଅର ଗୁଳି ମାଡ଼ରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଦୁହିତା ପ୍ରଧାନ।
ଆଜି ଦୁହିତାଙ୍କ ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ ସାଗର ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସେହି ସମୟରେ ସୁଶାନ୍ତ ଏକ ଦେଶୀ ବନ୍ଧୁକ ଆଣି ସାଗରଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଦୁହିତା ତାଙ୍କୁ ବାଧା ଦେଇଥିଲେ। ତେବେ ସୁଶାନ୍ତ ଟ୍ରିଗର ଚିପି ଦେବାରୁ ଗୁଳି ଦୁହିତାଙ୍କ ଶରୀରରେ ପଶି ଯାଇଥିଲା।
ଗୁରୁତର ଦୁହିତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଖବର ପାଇ ବାଣୀଗୋଛା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ର ଏକ ଟିମ୍ ଦୁହିତାଙ୍କ ଗାଁରେ ପହଞ୍ଚି ଯାଞ୍ଚ କରିଛି। ତା’ ସହିତ ଅଭିଯୁକ୍ତ ସୁଶାନ୍ତ ପ୍ରଧାନଙ୍କୁ ଧରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gun_1695826320.jpg)