Advertisment

ଯୁବକଙ୍କୁ ହତ୍ୟା: ଛୁରୀରେ ଭୁସିଲେ, ପଥରରେ ଛେଚି ଦେଲେ

ମୃତ ଯୁବକଙ୍କୁ ୨୩ ବର୍ଷ ହୋଇଥିଲା।

Police

Police

Advertisment

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଲାଞ୍ଜିଆପଲ୍ଲୀରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଲାଞ୍ଜିଆପଲ୍ଲୀ ଗାଁର ମଙ୍ଗୁଳୁ ଭୂୟାଁ। ତାଙ୍କୁ ୨୩ ବର୍ଷ ହୋଇଥିଲା।

Advertisment

ମଙ୍ଗୁଳୁ ଆଜି ସକାଳେ ନିତ୍ୟକର୍ମ ସମାପନ କରିବାକୁ ଘର ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଚାକୁରେ ଆକ୍ରମଣ କରିବା ପରେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe