Advertisment

ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା; ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
Murder

Murder

Advertisment

ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁରେ ଗତକାଲି ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକଙ୍କ ଜଣଙ୍କ ହେଲେ ପ୍ରଶାନ୍ତ ପ୍ରଧାନ। ପୁଲିସ ହତ୍ୟାକାରୀ ଶ୍ରୀହରି ପ୍ରଧାନକୁ ଗିରଫ କରିଛି।

Advertisment

ଗତକାଲି ଚନ୍ଦ୍ରଗିରି ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ ଥିଲା। ପ୍ରଶାନ୍ତ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ବେଳେ ସେହି ଗାଁର ଶ୍ରୀହରି ହଠାତ୍ ଆସି ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀର ଘର ଜାଳିଦେଇଥିଲେ।

ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

Advertisment

ମୋହନା ଓ ଆର. ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରଶାନ୍ତ କିଛି ଦିନ ହେବ ବିବାହ କରିଥିଲେ।

Murder Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe