Advertisment

Murder: ପତ୍ନୀଙ୍କୁ ମାରିବାର ୧୫ ବର୍ଷ ପରେ ଧରାପଡ଼ିଲା, ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା

ପ୍ରସାଦ ୧୫ ବର୍ଷ ତଳେ ନିଜର ପତ୍ନୀଙ୍କୁ ହତ୍ୟା କରିଥିଲା। ଏହାପରେ ଗୋଟିଏ ସୁଇସାଇଡ ନୋଟ୍‌କୁ ବେଶ ବେଶ ଚାଲାକି ଭାବେ ଲେଖି ପୂରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା।

author-image
Hemant Lenka
delhi

ଗିରଫ ବ୍ୟକ୍ତି ଓ ପୁଲିସ୍‌

ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ନିଜର କଲା କର୍ମର ଫଳ ନିଶ୍ଚିତ ମିଳିବ। ବିଳମ୍ବରେ ହେଉ ପଛରେ କର୍ମ ପାଇଁ ଫଳ ମିଳିବା ଥୟ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। 

Advertisment

୧୫ ବର୍ଷର ତଳର ଗୋଟିଏ ଅପରାଧିକ ମାମଲାର ସାମାଧାନ କରିଛି ଦିଲ୍ଲୀ(Delhi) ପୁଲିସ୍‌। ପତ୍ନୀଙ୍କୁ ୧୫ ବର୍ଷ ତଳେ ହତ୍ୟା କରିବା ଘଟଣାରେ ପୁଲିସ୍‌ ଶେଷରେ ଜଣେ ବ୍ୟକ୍ତିକୁ ଗୁଜରାଟରୁ ଗିରଫ କରିବାରେ ସକ୍ଷମ ହୋଇଛି। ଗୁଜରାଟରୁ ଗିରଫ ହୋଇଥିବା ନରୋତ୍ତମ ପ୍ରସାଦକୁ ପୁଲିସ୍‌ ଦିଲ୍ଲୀ ଆଣିବା ସହ ତା’ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।

ପ୍ରସାଦ ୧୫ ବର୍ଷ ତଳେ ନିଜର ପତ୍ନୀଙ୍କୁ ହତ୍ୟା(Crime) କରିଥିଲା। ଏହାପରେ ଗୋଟିଏ ସୁଇସାଇଡ ନୋଟ୍‌କୁ ବେଶ ବେଶ ଚାଲାକି ଭାବେ ଲେଖି ପୂରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା।

Advertisment

୨୦୧୦ରେ ଘଟିଥିଲା ଘଟଣା

୨୦୧୦ ମସିହା ମେ’ ୩୧ରେ ଦିଲ୍ଲୀର ଜାହାଙ୍ଗିରପୁରୀରେ ଥିବା ଗୋଟିଏ ଘରୁ ଦୁର୍ଗନ୍ଧ ବାହାରୁଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ପୁଲିସ୍‌ ଟିମ ସେଠାରେ ପହଞ୍ଚିବା ସହ କବାଟ ଭାଙ୍ଗି ଭିତରକୁ ଯାଇଥିଲା। ଏହି ସମୟରେ ଘରର ଚଟାଣରେ ଜଣେ ୨୫ ବର୍ଷୀୟ ମହିଳାଙ୍କ ଅଧା ଶଢ଼ା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରୁ ପୁଲିସ୍‌କୁ ଗୋଟିଏ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରିଥିଲା। 

ତଦନ୍ତ ଆରମ୍ଭ ବେଳେ ପୁଲିସ୍‌ ଏହାକୁ ପ୍ରଥମେ ଆତ୍ମହତ୍ୟା ବୋଲି ବିବେଚନା କରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପ୍ରସାଦର ଭୂମିକା ସନ୍ଦେହ ଘେରକୁ ଆସିଥିଲା। ତେବେ ପୁଲିସ୍‌ ପ୍ରସାଦକୁ ଧରିବାକୁ ସକ୍ଷମ ହୋଇ ନଥିଲା।

ତାକୁ ଅପରାଧୀ ଭାବେ ବିବେଚନା କରି ପୁଲିସ୍‌ ତା’ ସମ୍ପର୍କରେ ସୂଚନା ହାସଲ କରିବାକୁ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା। କିନ୍ତୁ ୧୫ ବର୍ଷ ହେଲା ପ୍ରସାଦ ସମ୍ପର୍କରେ ପୁଲିସ୍‌କୁ କିଛି ବି ସୂଚନା ମିଳି ନଥିଲା। 

୨୦୨୫ରେ ମିଳିଲା ସୂଚନା 

ପ୍ରସାଦ ସମ୍ପର୍କରେ ସୂଚନା ମିଳୁ ନଥିଲେ ହେଁ ଫାଇଲ ବନ୍ଦ କରି ନଥିଲା ଦିଲ୍ଲୀ ପୁଲିସ୍‌। ଏସବୁ ଭିତରେ ଦିଲ୍ଲୀ ପୁଲିସ୍‌କୁ ନିକଟରେ ପ୍ରସାଦ ସମ୍ପର୍କରେ ଗୁପ୍ତ ତଥ୍ୟ ମିଳିଥିଲା। ଏହି ତଥ୍ୟ ମିଳିବା କ୍ଷଣୀ ଦିଲ୍ଲୀ ପୁଲିସ୍‌ର ଗୋଟିଏ ଟିମ ଗୁଜରାଟର ବଦୋଦରା ଯାଇଥିଲା। ଦିନକ ପରେ ପୁଲିସ୍‌ ଟେକ୍ନିକାଲ ସର୍ଭେଲାନ୍ସ ଓ ସ୍ଥାନୀୟ ସୂତ୍ରରୁ ଖବର ଆସିଥିଲା।

ଶେଷରେ ବଦୋଦରାର ଛୋଟ ଉଦୟପୁର ଅଞ୍ଚଳରୁ ୧୫ ବର୍ଷ ହେଲା ଫେରାର ଥିବା ପ୍ରସାଦକୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଥିଲା। ପ୍ରସାଦ ହେଉଛି ରାଜସ୍ଥାନର ସିକାର ଅଞ୍ଚଳର ମୂଳବାସିନ୍ଦା।

ଦିଲ୍ଲୀରୁ ପତ୍ନୀଙ୍କୁ ମାରି ଫେରାର ହେବା ପରେ ସେ ଛୋଟ ଉଦୟପୁର ଠାରେ ଥିବା ଗୋଟିଏ କଟନ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲା। ଗିରଫ ପରେ ପ୍ରସାଦ ୧୫ ବର୍ଷ ତଳେ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି।

ବାହାଘର ପରେ ପ୍ରସାଦ ଓ ପତ୍ନୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଏଥିପାଇଁ ରାଗରେ ସେ ତା’ ପତ୍ନୀଙ୍କୁ ମାରି ଦେଇଥିଲା। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଓ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ସୁଇସାଇଡ ନୋଟ ଲେଖି ଫେରାର ହୋଇଯାଇଥିଲା। 

Delhi Crime