Advertisment

ବୋମା ଆତଙ୍କ କଥା କହି ପୁଲିସ୍‌କୁ ୭୯ ଥର ଫୋନ୍‌ କରି ବ୍ୟକ୍ତି ଗିରଫ

ବାରମ୍ବାର ଫୋନ୍‌ କରି ହଇରାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍‌। ସମ୍ପୃକ୍ତ ୪୩ ବର୍ଷୀୟ ବ୍ୟକ୍ତିଜଣକ ଗତ ୫ ମାସରେ ପୁଲିସ୍‌କୁ ୭୯ ଥର କଲ୍‌ କରି ବୋମା ଧମକ ଦେଇଥିବା ଜଣାଯାଇଛି ।

Arrest

Arrest

Advertisment

‘ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି ବୋମା । ତୁରନ୍ତ ଖୋଜି ବାହାର କରି ତାକୁ ନିଷ୍କ୍ରିୟ କର। ନଚେତ ଆଖି ପିଛୁଳାକେ ବହୁ ଧନ, ଜୀବନହାନୀ ହେବ। ’  ବାରମ୍ବାର ଏପରି ଫୋନ୍‌ କରି ହଇରାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍‌। ସମ୍ପୃକ୍ତ ୪୩ ବର୍ଷୀୟ ବ୍ୟକ୍ତିଜଣକ ଗତ ୫ ମାସରେ ପୁଲିସ୍‌କୁ ଏପରି ୭୯ ଥର କଲ୍‌ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତିଙ୍କ ନାଁ ରୁକସର ଅହମଦ ।

Advertisment

ଗତ ଶନିବାର ରୁକସର ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହରରେ ଶହେ କେଜି ବୋମା ଥିବା କହିଥିଲେ। ଏହାପରେ ପୁଲିସ୍‌ ଘଟଣାର ସନ୍ଧାନ କରି ରୁକସରଙ୍କୁ ତାଙ୍କ ଘରୁ ଉଠାଇ ନେଇଛି। ରୁକସର ଜଣେ ଟେଲର ଭାବେ କାମ କରୁଥିବା ବେଳେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବା ପୁଲିସ୍‌ ପ୍ରକାଶ କରିଛି।

ଯାଞ୍ଚ ବେଳେ ରୁକସର ଗତ ୫ ମାସରେ ପୁଲିସ୍‌କୁ ୭୯ ଥର ଫୋନ୍‌ କରି ଏପରି ବିଭ୍ରାନ୍ତ କରିଥିବା ଜଣାଯାଇଛି ବୋଲି ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି। ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ଗତ ଜୁନ୍‌ରେ ମୁମ୍ବାଇ ପୁଲିସ୍‌ ମିଥ୍ୟା କଲ୍‌ କରିଥିବା ଅଭିଯୋଗରେ ପୁଡ଼ୁଚେରୀର ଜଣେ ୧୯ ବର୍ଷୀୟ ଯୁବକ ଯତିନ ପ୍ରଜାପତିଙ୍କୁ ଗିରଫ କରିଥିଲା। ସେ ହରିୟାଣା ପୁଲିସ୍‌କୁ ଫୋନ୍‌ କରି ମୁମ୍ବାଇ ଓ ଦିଲ୍ଲୀର ଏୟାରପୋର୍ଟରେ ବୋମା ଥିବା କହିଥିଲେ। ପୁଲିସ୍‌ ଏପରି ଖବର ପାଇ ତଲାସୀ ଅଭିଯାନକୁ ଜୋରଦାର କରିଥିବା ବେଳେ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା।

Police Arrest Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe