Advertisment

ପରକୀୟା ପ୍ରୀତି; ନିଜ ଶିକ୍ଷୟିତ୍ରୀ ପତ୍ନୀ ଓ ଶିକ୍ଷକଙ୍କୁ ପିଟିଥିବା ବ୍ୟକ୍ତି ଗିରଫ

ଗିରଫ ଅଭିଯୁକ୍ତଙ୍କ ବାପା ଗୋଟିଏ କଥା କହିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ଆଉ ଗୋଟିଏ କଥା କହିଛନ୍ତି।

author-image
Jitendra Garnayak
Extramarital Affair

Extramarital Affair

ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କର ଜଣେ ଶିକ୍ଷକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ନିଜର କିଛି ସହଯୋଗୀଙ୍କ ସହିତ ସେମାନଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ଗିରିଧାରୀ ଖଟୁଆ। ତାଙ୍କ ସହଯୋଗୀମାନେ ମଧ୍ୟ ଗିରଫ ହୋଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ାରେ।

Advertisment

ଗିରଫ ଗିରିଧାରୀଙ୍କ ବାପା କହିଛନ୍ତି, ୫ ବର୍ଷ ହେଲାଣି ବୋହୂ ବାହାରେ ରହୁଛି। ଅନ୍ୟ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ଗତକାଲି ପୁଅ ତାଙ୍କୁ ଧରିଥିଲା। ତାଙ୍କ ଭଡ଼ା ଘରେ ଅନ୍ୟ ଜଣେ ପୁରୁଷ ଥିବା ବେଳେ ପୁଅ ଉଭୟଙ୍କୁ ଧରିଥିଲା। ପୁଅ ସେମାନଙ୍କୁ ଥାନାକୁ ଆଣିଥିଲା। କିନ୍ତୁ ପୁଅକୁ ନ୍ୟାୟ ମିଳିଲା ନାହିଁ। ସମସ୍ତେ ଓଲଟି ପୁଅକୁ ଦୋଷ ଦେଉଛନ୍ତି। କାରଣ ପୁଅ ଓ ତା’ର ସହଯୋଗୀମାନେ ଆଇନକୁ ହାତକୁ ନେଇଥିଲେ। ତେବେ ଆମକୁ ନ୍ୟାୟ ଦିଆଯିବା ଦରକାର।

ଅନ୍ୟପକ୍ଷରେ ଗିରିଧାରୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ନିମାପଡ଼ା ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସେପ୍ଟେମ୍ବର ୯ ତାରିଖ (ଗତକାଲି) ସନ୍ଧ୍ୟାରେ ପୁଅକୁ ନେଇ ସେ ନିମାପଡ଼ା ଆସିଥିଲେ। ସେଠାରେ ପୁଅକୁ ଟ୍ୟୁସନ ଶିକ୍ଷକଙ୍କ ଘରେ ଛାଡ଼ି ଜୟଶ୍ରୀ ଛକରେ ସେ ଥିବା ବେଳେ ଗିରିଧାରୀ ଖଟୁଆ, ଶୁଭ୍ରଜିତ ପଢ଼ିଆରୀ ଓ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ତୃତୀୟ ବ୍ୟକ୍ତିଙ୍କୁ ସେ ଚିହ୍ନି ନାହାନ୍ତି। 

Advertisment

ଗିରିଧାରୀ ତାଙ୍କ ନିକଟକୁ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଶୁଭ୍ରଜିତ ପଢ଼ିଆରୀ ତାଙ୍କ ହାତ ବାନ୍ଧି ଦେଇଥିଲେ। ସେମାନେ ଖଣ୍ଡା ଓ ହାତୁଡ଼ି ଦେଖାଇ, ସେମାନେ ଯାହା କହୁଛନ୍ତି, ତାହା ମାନିବାକୁ ତାଙ୍କୁ କହିଥିଲେ। ସେମାନେ ତାଙ୍କୁ ଗିରିଧାରୀଙ୍କ ପତ୍ନୀ ରହୁଥିବା ଘରକୁ ନେଇଥିଲେ। ସେଠାରେ ସେମାନେ ତାଙ୍କ ପ୍ୟାଣ୍ଟ, ଶାର୍ଟ ଖୋଲି ଦେଇ ଫଟୋ ଉଠାଇଥିଲେ। ତା’ ସହିତ ଗିରିଧାରୀଙ୍କ ମୁଣ୍ଡରେ ସିନ୍ଦୂର ଦେବାକୁ ଓ ବେକରେ ଫୁଲମାଳ ପକାଇବାକୁ କହିଥିଲେ। ତା’ପରେ ସେମାନେ ତାଙ୍କୁ ଓ ଗିରିଧାରୀଙ୍କ ପତ୍ନୀଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଓ ଫଟୋ ଉଠାଇଥିଲେ। ସେମାନେ ତାଙ୍କ ଶରୀରର ସମସ୍ତ ଗଣ୍ଠି ଜାଗାକୁ ବାଡ଼େଇବା ସହ ଖଣ୍ଡାରେ ଗୋଡ଼ରେ ଚୋଟ ପକାଇଥିଲେ। ଜୀବନ ବିକଳରେ ସେମାନେ ଯାହା କହିଥିଲେ ସେ ବାଧ୍ୟ ହୋଇ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ।

ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଇନକୁ ହାତକୁ ନେଇଥିବା ଅଭିଯୋଗରେ ପୁଲିସ ଗିରିଧାରୀ ଖଟୁଆଙ୍କୁ ଗିରଫ କରିଛି। ତେବେ କେଉଁ ପକ୍ଷ ସତ କହୁଛନ୍ତି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। 

extramarital-affair