Advertisment

ଘରେ ରଖିଥିଲେ ୯ ସାପ ସାଙ୍ଗକୁ ୪ ଜଙ୍ଗଲି ବିଲେଇ, ବନ୍ଧା ହେଲେ

ଘରେ ରଖିଥିଲେ ବିଷାକ୍ତ ସାପ ସାଙ୍ଗକୁ ଜଙ୍ଗଲି ବିଲେଇ। ତାହା ପୁଣି ଗୋଟିଏ, ଦୁଇଟି ନୁହେଁ ୯ଟି ସାପକୁ ୪ଟି ବିଲେଇ ଘରେ ଲୁଚାଇ ରଖିଥିଲେ।

author-image
Niharika Rout
Arrest

Arrest

ଘରେ ରଖିଥିଲେ ବିଷାକ୍ତ ସାପ ସାଙ୍ଗକୁ ଜଙ୍ଗଲି ବିଲେଇ। ତାହା ପୁଣି ଗୋଟିଏ, ଦୁଇଟି ନୁହେଁ ୯ଟି ସାପକୁ ୪ଟି ବିଲେଇ ଘରେ ଲୁଚାଇ ରଖିଥିଲେ। ଏନେଇ ଅଭିଯୋଗ ହେବା ପରେ ମହିଶୁରର ସିଆଇଡିର ଫରେଷ୍ଟ ସେଲ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାନ୍ଧିଛି। ଗିରଫ ବ୍ୟକ୍ତିଙ୍କ ନାମ ସନ୍ଦୀପ ବୋଲି ଜଣାଯାଇଛି।

Advertisment

ସନ୍ଦୀପ ନିଜ ଘରେ ବେଆଇନ ଭାବେ ସାପ ଓ ବିଲେଇ ରଖିଥିବା ନେଇ କିଛି ଦିନ ହେବ ପଡ଼ୋଶୀମାନେ ଅଭିଯୋଗ କରି ଆସୁଥିଲେ। ଏହାପରେ ସିଆଇଡି ଫରେଷ୍ଟ ସେଲ୍‌ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଧିକାରୀମାନେ ଯାହା ଦେଖିଲେ ତାଜୁବ ହୋଇଗଲେ।

କାରଣ ସନ୍ଦୀପଙ୍କ ଘରୁ ସେମାନେ ଗୋଟି ଗୋଟି କରି ୯ ଟି ବିଷାକ୍ତ ସାପ ସାଙ୍ଗକୁ ୪ଟି ଜଙ୍ଗଲି ବିଲେଇ ଉଦ୍ଧାର କରିଛନ୍ତି। ଏଥିସହ ସାପ ବିଷ ବାହାର କରିବାକୁ ଯନ୍ତ୍ରପାତି ବି ତାଙ୍କ ଘରେ ଥିବା ଦେଖିବାକୁ ମିଳିଛି। ତାହାକୁ ବି ଜବତ କରାଯାଇଥିବା ଜଣାଯାଇଛି। 

Advertisment

ଏହି ଘଟଣାରେ ତତ୍‌କ୍ଷଣାତର ସନ୍ଦୀପଙ୍କୁ ଗିରଫ କରାଯାଇଥିବା ବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସନ୍ଦୀପ କାହିଁକି ସାପ ଓ ବିଲେଇ ରଖିଥିଲେ, ସାପ ବିଷ ବାହାର କରି କାହାକୁ ବିକ୍ରି କରୁଥିଲେ, ଏହା ପଛରେ ରାକେଟ ଅଛି କି ନାହିଁ ସେ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।

Arrest