Advertisment

ଉଜ୍ଜୟୀନ ନାବାଳିକା ଦୁଷ୍କର୍ମ ଘଟଣା: ଖସିବାକୁ ଚେଷ୍ଟା କରୁଥିଲା ଗିରଫ ଅଟୋ ଡ୍ରାଇଭର, କିନ୍ତୁ..

ଗିରଫ ଅଟୋ ଡ୍ରାଇଭରକୁ ପୁଲିସ ଘଟଣାସ୍ଥଳକୁ ନେଇ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲା।

MP

MP

Advertisment

ପୂରା ଦେଶକୁ ଦୋହଲାଇ ଦେଇଥିବା ମଧ୍ୟପ୍ରଦେଶର ଉଜ୍ଜୟୀନ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ଅଟୋ ଡ୍ରାଇଭରକୁ ପୁଲିସ୍‌ ଗିରଫ କରିଛି। ତେବେ ଗିରଫ ପରେ ପୁଲିସ୍‌ ହେପାଜତରୁ ଖସି ଯିବାକୁ ସେ ଚେଷ୍ଟା କରିଛି। କିନ୍ତୁ ପୁଲିସ୍‌ ଟିମ ତାକୁ ପୁଣି ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗିରଫ ଅଟୋ ଡ୍ରାଇଭରକୁ ପୁଲିସ ଘଟଣାସ୍ଥଳକୁ ନେଇ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲା। ତେବେ ସେ ପୁଲିସ୍‌ ହେପାଜତରେ ଥିବା ବେଳେ ସୁଯୋଗ ଦେଖି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା।

ପୁଲିସ୍‌ ତା’କୁ ଘଟଣାସ୍ଥଳ ବୁଲାଇ ବୁଲାଇ ଦେଖାଉଥିବା ବେଳେ ସେ ଖସି ଦୌଡ଼ିବାକୁ ଲାଗିଥିଲା। କିନ୍ତୁ ପୁଲିସ୍‌ ଟିମ ତା’ର ପିଛା କରି ତା’କୁ ଧରିଛି। ଘଟଣାର ତଦନ୍ତ କରୁଥିବା ଇନସପେକ୍ଟର ଅଜୟ କୁମାର କହିଛନ୍ତି, “ଆଜି ଆମେ ଅଭିଯୁକ୍ତକୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲୁ।

Advertisment

ପୀଡ଼ିତଙ୍କ କପାଡ଼ ସହ ଅନ୍ୟ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲୁ। ଏହି ସମୟରେ ସୁଯୋଗ ଦେଖି ଅଭିଯୁକ୍ତ ଭରତ ସୋନି ଖସି ଯିବାକୁ ଚେଷ୍ଟା କରିଥିଲା।

କିନ୍ତୁ ପୁଲିସ୍‌ କର୍ମଚାରୀମାନେ ତା’ ପିଛା କରିଥିଲେ ଓ ତା’କୁ ପୁଣି ଧରିବାକୁ ସକ୍ଷମ ହୋଇଥିଲେ। ପୁଲିସ୍‌କୁ ଚକମା ଦେବାକୁ ଚେଷ୍ଟା କରିବା ବେଳେ ସେ ଗୋଟିଏ ସିମେଣ୍ଟ ରାସ୍ତାରେ ପଡ଼ି ଯାଇଥିଲା। ଏଥିଯୋଗୁ ତା’ ଗୋଡ଼ ଓ ହାତରେ ଆଘାତ ଲାଗିଛି। ତେଣୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି।”

ଉଜ୍ଜୟୀନ ଏସ୍‌ପି ସଚିନ ଶର୍ମା କହିଛନ୍ତି ଯେ ଟେକ୍ନିକାଲ ସର୍ଭେଲାନ୍ସ ଓ ସିସିଟିଭି ଫୁଟେଜ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଧରା ଯାଇଛି। ଅଭିଯୁକ୍ତ ଜଣକ ଉଜ୍ଜୟୀନର।

ସେ ନାବାଳିକା ଜଣଙ୍କ ଏକକୀ ଚାଲିଚାଲି ଯାଉଥିବା ଦେଖିଥିଲା। ଏହାପରେ ସେ ତା’କୁ ଅଟୋରେ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଜଣଙ୍କ ଏଯାଏ ବିବୃତି ଦେଇ ନାହାନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଶର୍ମା ସୂଚନା ଦେଇଛନ୍ତି।

ବୁଧବାର ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ୧୫ ବର୍ଷୀୟ ଦୁଷ୍କର୍ମ ପୀଡ଼ିତା ଜଣଙ୍କ ସାହାଯ୍ୟ ପାଇଁ ଘରକୁ ଘର ବୁଲୁଛନ୍ତି। ତାଙ୍କ ଶରୀରରୁ ରକ୍ତସ୍ରାବ ହେବା ସହ ଦେହରେ କପଡା ମଧ୍ୟ ନଥିଲା। ହେଲେ ତାଙ୍କର ଏପରି ଅବସ୍ଥା ସତ୍ତ୍ୱେ ତାଙ୍କୁ କେହି ବି ସାହାଯ୍ୟ କରିନଥିଲେ।

ଶେଷରେ ଏକ ଆଶ୍ରମରେ ନାବାଳିକା ପହଞ୍ଚିବା ପରେ ଜଣେ ସାଧୁ ତାଙ୍କ ଉପରେ ଚାଦର ଘୋଡାଇ ଦେଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗ୍ରସ୍ତ। ଗତକାଲି କିଛି ଜଣଙ୍କୁ ପୁଲିସ ଅଟକ ରଖିଥିଲା। ଆଜି ମାମଲାରେ ସମ୍ପୃକ୍ତ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିଥିଲା।

Madhya Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe