Advertisment

ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍‌, ମିଳିଲା ନକଲି ପରିଚୟପତ୍ର

ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।

Odisha

Odisha

Advertisment

ଲୋକସେବା ଭବନରୁ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୁଲିସ୍‌। କ୍ୟାପିଟାଲ ଥାନା ପୁଲିସ୍‌ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତା’କୁ ଗିରଫ କରିଛି।

Advertisment

ଗିରଫ ବ୍ୟାସଦେବ ରଣା ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ୍‌ ଆଇକାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। ତା’ର ବୟସ ୪୭ ବର୍ଷ ବୋଲି ପୁଲିସ୍‌ କହିଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାସଦେବ ରଣା ଜାଲ ପରିଚୟପତ୍ର ଦ୍ୱାରା ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ନିଜର ପରିଚୟ ଦେଉଥିଲା। ସେ ଉକ୍ତ ଜାଲ ପରିଚୟପତ୍ର ଦ୍ୱାରା ଅବଧାରେ ଲୋକସେବା ଭବନ ଭଳି ସରକାରୀ ପେଣ୍ଠ ସ୍ଥଳରେ ପ୍ରବେଶ କରୁଥିଲା। ଲୋକଙ୍କୁ ଚାକିରି ଦେବା ନାଁରେ ସେ ଟଙ୍କା ଲୁଟ କରୁଥିଲା।

Advertisment

ସେ ପୁରୀ ଜିଲ୍ଲା ପିପିଲିର ଜଣେ ଯୁବକଙ୍କୁ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ତାଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନେଇ ସେ ଚାକିରି ନ ଦେବାରୁ ଯୁବକ ଜଣଙ୍କ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରି ବ୍ୟାସଦେବ ରଣାକୁ ଶୁକ୍ରବାର ଦିନ ଲୋକସେବା ଭବନର ଗେଟ ପାଖରୁ ଗିରଫ କରିଛି। ଗିରଫ ପରେ ସମ୍ପୃକ୍ତ ଠକକୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।

ତା’ ପାଖରୁ ମିଳିଥିବା ପରିଚତ୍ର ପତ୍ର ୧-୪-୨୦୨୦ରେ ଇସ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ସେହିପରି ଏହାର ବୈଧତା ୩୧-୧୨-୨୦୨୪ ଯାଏ ରହିଥିଲା। ଏହାର ଅର୍ଥ ସେ ସମ୍ଭବତଃ ୪ ବର୍ଷ ଧରି ଲୋକସଭା ଭବନର କର୍ମଚାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ୩୧ ଡିସେମ୍ବରରୁ ତା’ର ପରିଚୟପତ୍ରର ଅବଧି ଶେଷ ହୋଇଥିଲେ ହେଁ ସେ କେମିତି ଲୋକସଭା ଭବନକୁ ଯାଉଥିଲା, ତା’ହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Lokseva Bhavan Press Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe