Advertisment

ବେଙ୍ଗାଲୁରୁରେ ପତ୍ନୀଙ୍କୁ ମାରି ଡ୍ରେନରେ ଫିଙ୍ଗିଥିବା ସ୍ୱାମୀକୁ ଏହି ରାଜ୍ୟରୁ ଧରିଲା ପୁଲିସ୍‌

ନଭେମ୍ବର ୧୧ ତାରିଖରେ ସେ ରୁମେଶଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ମୃତଦେହରୁ ହାତଗୋଡ଼ ବାନ୍ଧି ଡ୍ରେନରେ ଫିଙ୍ଗି ଫେରାର ହୋଇଯାଇଥିଲା।

Bihar

Bihar

Advertisment

କିଛି ଦିନ ତଳେ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଗୋଟିଏ ଡ୍ରେନରୁ ପୁଲିସ୍‌ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଥିଲା। ଏବେ ପୁଲିସ୍‌ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସ୍ୱାମୀକୁ ବିହାରରୁ ଗିରଫ କରିଛି।

Advertisment

ଗିରଫ ବ୍ୟକ୍ତି ଜଣକ ହେଲା ୩୯ ବର୍ଷୀୟ ମହମ୍ମଦ ନସିମ। ସେ ପେଣ୍ଟର ଭାବେ କାମ କରେ। ତାକୁ ପୁଲିସ୍‌ ମୁଜାଫରପୁରରୁ ଗିରଫ କରିଛି। ନସିମ ତା’ର ପତ୍ନୀଙ୍କୁ ନଭେମ୍ବର ୧୧ରେ ସାରଜାପୁର ପୁଲିସ ଷ୍ଟେସନ ଅଞ୍ଚଳରେ ହତ୍ୟା କରି ଡ୍ରେନରେ ଫିଙ୍ଗି ଦେଇଥିଲା।

ନସିମ ଓ ତା’ର ଦ୍ୱିତୀୟ ପତ୍ନୀ ରୁମେଶ ଖାତୁନ(୨୨) ପ୍ରାୟ ସବୁ ବେଳେ ପରସ୍ପର ସହ ଝଗଡ଼ା କରୁଥିଲେ। ପତ୍ନୀଙ୍କୁ ସେ ସବୁବେଳେ ସନ୍ଦେହ କରୁଥିଲା। କିଛି ବ୍ୟକ୍ତିଗତ କାରଣକୁ ନେଇ ମଧ୍ୟ ସେମାନଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଥିଲା। ଏଥିପାଇଁ ନସିମ ପତ୍ନୀ ରୁମେଶଙ୍କୁ ସବୁ ଦିନ ପାଇଁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲା।

Advertisment

ଯୋଜନା ମୁତାବକ ନଭେମ୍ବର ୧୧ ତାରିଖରେ ସେ ରୁମେଶଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ମୃତଦେହରୁ ହାତଗୋଡ଼ ବାନ୍ଧି ଡ୍ରେନରେ ଫିଙ୍ଗି ଫେରାର ହୋଇଯାଇଥିଲା।

ପତ୍ନୀଙ୍କୁ ମାରିବା ପରେ ନସିମ ନିଜର ୬ ପିଲାଙ୍କୁ ଧରି ନିଜ ଘର ବିହାରର ମୁଜାଫରପୁରକୁ ଚାଲି ଯାଇଥିଲା। ଘଟଣାର ସପ୍ତାହକ ପରେ ସ୍ଥାନୀୟ ଲୋକମାନେ ଡ୍ରେନରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ପୁଲିସ୍‌କୁ ଖବର ଦେଖିଥିଲେ। ପୁଲିସ ଅଧା ପଚି ଯାଇଥିବା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତଦନ୍ତ ବେଳେ ମୃତ ମହିଳାଙ୍କ ପରିଚୟ ମିଳିଥିଲା। ତାଙ୍କ ସ୍ୱାମୀ ଫେରା ଥିବାରୁ ପୁଲିସ୍‌ ତା’କୁ ଖୋଜିବା ଆରମ୍ଭ କରିଥିଲେ। ନସିମ ନିଜ ପ୍ରଥମ ସ୍ତ୍ରୀର ୪ ପିଲା ଓ ରୁମେଶଙ୍କ ଠାରୁ ଜନ୍ମ ହୋଇଥିବା ୨ ପିଲାଙ୍କୁ ଧରି ଫେରାର ହୋଇଯାଇଥିବା ପୁଲିସ୍‌ ଜାଣିବା ପରେ ସର୍ଚ୍ଚ ଅପରେନ ଆରମ୍ଭ କରିଥିଲା। ଶେଷରେ ତା’କୁ ବିହାରର ମୁଜାଫରପୁରରୁ ଗିରଫ କରାଯାଇଛି। ଗିରଫ ପରେ ନସିମ ନିଜର ଅପରାଧକୁ ସ୍ୱୀକାର କରିଛି।

Bengaluru Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe