Advertisment

ଭାଉଜକୁ ହାଣିଲା ଦିଅର, ଥାନାରେ କଲା ଆତ୍ମସମର୍ପଣ

ମନମୁଣ୍ଡାର ଧ୍ରୁବଚରଣ ସାହୁ ନାମକ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ।

Murder

Murder

Advertisment

ଘରୋଇ କଳହର ଦେଖିବାକୁ ମିଳିଛି କରୁଣ ପରିଣତି। ଭାଉଜକୁ ଅତି ନିର୍ମମ ଭାବେ ହତ୍ୟା କଲା ଦିଅର। ବୌଦ୍ଧ ମନମୁଣ୍ଡାରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ମୃତ ମହିଳାଙ୍କ ନାଁ ସୁଭାଷିନୀ ସାହୁ।

Advertisment

ମନମୁଣ୍ଡାର ଧ୍ରୁବଚରଣ ସାହୁ ନାମକ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ଧ୍ରୁବଚରଣଙ୍କ ସାନ ଭାଇ ବଲ୍ଲଭ ସାହୁ ତାଙ୍କଠୁ ଅଲଗା ରହୁଥିବା ବେଳେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା।

ଗତ ରାତିରେ ଧ୍ରୁବଚରଣ କେଉଁ କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କ ପତ୍ନୀ ସୁଭାଷିନୀ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ବଲ୍ଲଭ ଘରେ ପଶି ଏକ ମାରଣାସ୍ତ୍ରରେ ସୁଭାଷିନୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଚଟାଣରେ ପଡ଼ି ଯାଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଏହାପରେ ବଲ୍ଲଭ ମନମୁଣ୍ଡା ଥାନାକୁ ଆସି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଖବର ପାଇ ଧ୍ରୁବଚରଣ ଘରେ ପହଞ୍ଚି ପତ୍ନୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Murder Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe