Advertisment

କାର୍‌ ଚେକିଂ ବେଳେ ବାହାରିଲା ୯୮ କେଜି ରୂପା, ମୂଲ୍ୟ ୭୦ ଲକ୍ଷ

ଡ୍ରାଇଭର ଏ ସଂକ୍ରାନ୍ତୀୟ କାଗଜପତ୍ର ଦେଖାଇ ପାରି ନ ଥିଲେ। ଫଳରେ ଚାନ୍ଦି ସହ ଉକ୍ତ କାର୍‌କୁ ଜବତ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରି ପଚରାଉଚରା କରାଯାଉଛି।

Seized Silver

Seized Silver

Advertisment

କାର୍‌ରୁ ମିଳିଲା ୯୮ କେଜି ରୂପା। ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ । ମାତ୍ର ଡ୍ରାଇଭର ଏ ସଂକ୍ରାନ୍ତୀୟ କାଗଜପତ୍ର ଦେଖାଇ ପାରି ନ ଥିଲେ। ଫଳରେ ଚାନ୍ଦି ସହ ଉକ୍ତ କାର୍‌କୁ ଜବତ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରି ପଚରାଉଚରା କରାଯାଉଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

କାନପୁରର ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, କାନପୁରର ଝାନସୀ ହାଇୱେରେ ଏକ କାର୍‌ରେ ରୂପା ଚୋରା ଚାଲାଣ ହେଉଥିବା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ବାରା ଟୋଲ୍‌ଗେଟ୍‌ ପୂର୍ବରୁ ଚେକିଂକୁ କଡ଼ାକଡ଼ି କରିଥିଲା। ଏହାପରେ ଉକ୍ତ କାର୍‌କୁ ଯାଞ୍ଚ କରାଯିବାରୁ ସେଥିରୁ ବ୍ୟାଗ ଭର୍ତ୍ତି ରୂପା ମିଳିଥିଲା।

ଏନେଇ ଗାଡ଼ି ଡ୍ରାଇଭର ନୀତିନଙ୍କୁ ପଚରାଉଚରା କରାଯିବାରୁ ସେ ଏ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ। ଏପରିକି ଉକ୍ତ ରୂପା କାହାର, କିଏ ଏହି ବେପାର ଚଳାଇଛି ସେ ନେଇ ବି ସେ ପାଟି ଫିଟାଇ ନ ଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

Advertisment

ଗାଡ଼ି ଡ୍ରାଇଭର ନୀତିନଙ୍କ ଘର ମୁମ୍ବାଇରେ ବୋଲି ଜଣାଯାଇଛି। ତେବେ ଏତେ ପରିମାଣର ରୂପା ଧରି ସେ କେଉଁଠୁ ବାହାରିଥିଲେ ଓ କେଉଁଠିକି ଯାଉଥିଲେ, ସେ ନେଇ ପୁଲିସ୍‌ ତଲାସୀ ଆରମ୍ଭ କରିଛି।

Uttar Pradesh Silver Bricks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe