Advertisment

ଗୋ-ମାଂସ ନେଉଥିବା ସନ୍ଦେହ: ଟ୍ରେନ ଭିତରେ ବୃଦ୍ଧଙ୍କୁ ପ୍ରବଳ ପିଟିଲେ

ପ୍ରକୃତରେ ସେ ଗୋ ମାଂସ ନେଉଥିଲେ କି ନାହିଁ ଜଣାପଡ଼ି ନଥିଲେ ହେଁ ଯୁବକମାନେ ବୃଦ୍ଧଙ୍କୁ ମାଡ଼ ମାରିବା ସମସ୍ତଙ୍କୁ ଚକିତ କରିଛି।

Muslim

Muslim

Advertisment

ସୀମା ଲଙ୍ଘିଛନ୍ତି କିଛି ଲୋକ। ଏକ୍ସପ୍ରେସ ଟ୍ରେନ ଭିତରେ ହାତକୁ ନେଇଛନ୍ତି ଆଇନ। ସର୍ବ ସମ୍ମୁଖରେ ଦେଖାଇଛନ୍ତି ଦବଙ୍ଗିରି। ଗୋ ମାଂସ ନେଉଥିବା ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଟ୍ରେନ ଭିତରେ କିଛି ବ୍ୟକ୍ତି ଓ ଯୁବକ ପ୍ରବଳ ମାଡ଼ ମାରିଛନ୍ତି। ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।

Advertisment

ପ୍ରକୃତରେ ସେ ଗୋ ମାଂସ ନେଉଥିଲେ କି ନାହିଁ ଜଣାପଡ଼ି ନଥିଲେ ହେଁ ଯୁବକମାନେ ବୃଦ୍ଧଙ୍କୁ ମାଡ଼ ମାରିବା ସମସ୍ତଙ୍କୁ ଚକିତ କରିଛି। ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂରା ଘଟଣା ଇଗତାପୁରୀ ନିକଟରେ ଘଟିଥିଲା। ଏହାର ଭିଡିଓକୁ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ ଶେୟାର କରିଛନ୍ତି। ଘଟଣା ଘଟାଉଥିବା ଏପରି ଆତ୍ମଘୋଷିତ ଫୋର୍ସ ବିରୋଧରେ ସରକାର ଓ ପୁଲିସ୍‌ ଆଖି ବନ୍ଦ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଘଟଣାଟି ଚଳିତ ସପ୍ତାହରେ ଘଟିଥିବା ଭିଡିଓ ଦେଖିବା ପରେ ଜିଆରପି ପକ୍ଷରୁ କୁହାଯାଇଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଟ୍ରେନରେ ବସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ କିଛି ଲୋକ ଘେରି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ଆକ୍ରମଣ କରୁଛନ୍ତି। ଭୟରେ ବୃଦ୍ଧ ଜଣଙ୍କ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ମଧ୍ୟ ଆକ୍ରମଣକାରୀମାନେ କିଛି ବି ଶୁଣି ନଥିଲେ। ଏହା ଛେଳି ମାଂସ ଓ ଗୋ ମାଂସ ନୁହେଁ ବୋଲି ବୃଦ୍ଧା ଜଣଙ୍କ ଅତ୍ୟନ୍ତ କାକୁତି ମୀନତି ହୋଇ କହୁଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ତଥାପି ତାଙ୍କୁ ଚାପୁଡ଼ା, ବିଧା ଓ ଗୋଇଠା ମରାଯାଇଛି।

ଜିଆରପି କହିଛି ଯେ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ହେଲେ ହାଜି ଅଶର୍ଫ ମୁନୟାର। ତାଙ୍କ ଘର ଜଲଗାଓଁରେ। ସେ କଲ୍ୟାଣରେ ଥିବା ନିଜ ଝିଅ ଘରକୁ ଯାଉଥିଲେ। କିନ୍ତୁ ତାଙ୍କୁ ଟ୍ରେନ ଭିତରେ ସହଯାତ୍ରୀମାନେ ମାଡ଼ ମାରିଛନ୍ତି। ଆକ୍ରମଣ କରିଥିବା ଲୋକଙ୍କୁ ଜିଆରପି ଚିହ୍ନ କରିଥିଲେ ହେଁ ଏଯାଏ କୌଣସି ମାମଲା କରି ନାହିଁ।

Viral Video Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe