Advertisment

ଭୟଙ୍କର! ସର୍ବସମ୍ମୁଖରେ ବ୍ୟକ୍ତିଙ୍କ ବେକରେ ୧୪ ଥର ଛୁରୀ ଭୁଷିଲା ଜଗୁ

ଯୋଗେଶ ଓରଫ ଜଗୁ ସର୍ବସମ୍ମୁଖରେ ଅମନ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି। ଘଟଣା ବେଳେ କିଛି ଲୋକ ଏହାକୁ ମୋବାଇଲରେ କଏଦ କରିଛନ୍ତି।

author-image
Hemant Lenka
Crime

Crime

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ହରିଆଣାର ଯମୁନା ନଗରରେ ପୂର୍ବ ଶତ୍ରୁତାରୁ ଘଟିଛି ଭୟଙ୍କର ହତ୍ୟାକାଣ୍ତ। ଜଣେ ବ୍ୟକ୍ତିଙ୍କ ବେକରେ ୧୪ ଥର ଛୁରୀ ଭୁଷିଛି ଜଗୁ। ଗୋଟିଏ ଜନଗହଳିପୂର୍ଣ୍ଣ ମାର୍କେଟରେ ଏପରି ଘଟଣା ଘଟିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରକ୍ଷା କରିବା ପାଇଁ କେହି ଉଦ୍ୟମ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଯମୁନା ନଗରର ଶିବପୁରୀ ଅଞ୍ଚଳରେ ଏପରି ଘଟଣା ଘଟିଛି। ଯୋଗେଶ ଓରଫ ଜଗୁ ସର୍ବସମ୍ମୁଖରେ ଅମନ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି। ଘଟଣା ବେଳେ କିଛି ଲୋକ ଏହାକୁ ମୋବାଇଲରେ କଏଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଅମନ ତଳେ ପଡ଼ି ଥିବା ବେଳେ ତା’ ଉପରେ ବସି ଜଗୁ ତାଙ୍କୁ ଛୁରୀରେ ଆକ୍ରମଣ କରୁଛି। ତାଙ୍କ ବେକରେ ସେ ଛୁରୀକୁ ପ୍ରାୟ ୧୪ ଥର ଭୁଷିଥିଲା। 

ଅତ୍ୟନ୍ତ ନିର୍ମମ ଓ ଭୟଙ୍କର ଢଙ୍ଗରେ ଜଗୁ ଆକ୍ରମଣ କରୁଥିଲେ ମଧ୍ୟ ଅମନଙ୍କୁ ରକ୍ଷା କରିବା ପାଇଁ କେହି ବି ଚେଷ୍ଟା କରି ନଥିଲେ। ସମସ୍ତେ କେବଳ ମୋବାଇଲରେ ଘଟଣାକୁ କଏଦ କରିବାରେ ଲାଗିଥିଲେ।

Advertisment

ତେବେ କିଛି ସମୟ ପରେ ଜଣେ ବ୍ୟକ୍ତି ସାହାସ କରି ଘଟଣାରେ ହସ୍ତକ୍ଷେପ କରିଥିଲେ ଓ ଜଗୁକୁ ସେଠାରୁ ଭିଡ଼ି ଆଣିଥିଲେ। ରକ୍ତାକ୍ତ ଅବସ୍ଥାରେ ଅମନ ତଳେ ପଡ଼ିଥିବା ଦେଖି ଜଗୁ ସେଠାରୁ ଫେରାର ହୋଇଯାଇଥିଲେ।

ଜଗୁ ଚାଲି ଯିବା ପରେ ସ୍ଥାନୀୟ ଲୋକମାନେ ଅମନଙ୍କୁ ହସ୍ପିଟାଲ ନେଇଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। ଅମନଙ୍କୁ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଗୁ ସ୍ଥାନୀୟ ଅଞ୍ଚଳରେ ଦାଦାଗିରି କରେ। ତା’ ନାଁରେ ପୂର୍ବରୁ ମଧ୍ୟ କିଛି ଛୋଟ ମାମଲା ରହିଛି। 

ଡିସିପି ରାଜେଶ କୁମାର କହିଛନ୍ତି, ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଛି। ଅମନ ଗତ ସପ୍ତାହରେ ଜଗୁକୁ ଆକ୍ରମଣ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଜଗୁ ଆକ୍ରମଣ କରିଛି। ନଭେମ୍ବର ୮ରେ ଅମନ ଗୋଟିଏ ଛୁରୀରେ ଜଗୁକୁ ଆକ୍ରମଣ କରିଥିଲେ। ତେବେ ସାମାନ୍ୟ ଆଘାତ ପରେ ଜଗୁ ଖସି ଯାଇଥିଲା।

ଏହାର ବଦଲା ନେବାକୁ ଜଗୁ ଏବେ ଛୁରୀ ଦ୍ୱାରା ଅମନର ବେକକୁ କାଟି ପକାଇଛି। ଘଟଣା ପରେ ଜଗୁକୁ ଗିରଫ କରାଯାଇଛି। ତା’ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ସେହିପରି ତାକୁ ଛୁରୀ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

Crime Haryana News