Advertisment

ଶାରୀରିକ ସମ୍ପର୍କ ପାଇଁ ମନା କଲେ ପ୍ରେମିକା; ସ୍କ୍ରୁ- ଡ୍ରାଇଭର ଭୁଶିଦେଲେ ପ୍ରେମିକ

ସେ ନିଜ ଲିଭ- ଇନ୍‌- ପାର୍ଟନର ବେକକୁ ସ୍କ୍ରୁ- ଡ୍ରାଇଭରରେ ଫୁଟାଇ ଦେବା ସହ ଆକ୍ରମଣ କରି ରକ୍ତାକ୍ତ କରିବାକୁ ପଛାଇଲେ ନାହିଁ।

Attack

Attack

Advertisment

ଶାରୀରିକ ସମ୍ପର୍କ ରଖିବାକୁ ରୋକଠୋକ ମନା କରିଦେଲେ ପ୍ରେମିକା। ଫଳରେ ହିତାହିତ ଜ୍ଞାନ ହରାଇ ବସିଲେ ଯୁବକ । ଏହାପରେ ସେ ନିଜ ଲିଭ- ଇନ୍‌- ପାର୍ଟନର ବେକକୁ ସ୍କ୍ରୁ- ଡ୍ରାଇଭରରେ ଫୁଟାଇ ଦେବା ସହ ଆକ୍ରମଣ କରି ରକ୍ତାକ୍ତ କରିବାକୁ ପଛାଇଲେ ନାହିଁ। ଏଥିରେ ଗୁରୁତର ହୋଇ ପ୍ରେମିକାଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ ପ୍ରେମିକ ।

Advertisment

ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଅଭିଯୁକ୍ତ ଉତ୍ତରପ୍ରଦେଶର ଶିବମ କୁମାରଙ୍କୁ ଗୁରଗ୍ରାମରୁ ଗିରଫ କରାଯାଇଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ପୂର୍ବରୁ ବିବାହିତା ଥିବା ବେଳେ ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ଇତି ମଧ୍ୟରେ ତାଙ୍କର ଶିବମଙ୍କ ସହ ଭେଟ ହେଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଉଭୟ ଲିଭ- ଇନ୍‌ ରିଲେସନରେ ରହିବାକୁ ଲାଗିଲେ। ବିବାହ ପ୍ରତିଶ୍ରୁତି ଦେଇ ଶିବମ ତାଙ୍କ ସହ ବହୁ ଥର ଶାରୀରିକ ସମ୍ପର୍କ ରଖି ଆସୁଥିବା ପୀଡ଼ିତାଜଣକ କହିଛନ୍ତି।

Advertisment

ମାତ୍ର ଶିବମ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହେଲା। ଏହାପରେ ପୀଡ଼ିତା ତାଙ୍କଠୁ ଦୂରେଇ ଯିବାକୁ ଚାହୁଁଥିବା ବେଳେ ଶିବମ କିନ୍ତୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଘଟଣା ଦିନ ଶିବମ ଘରେ ପହଞ୍ଚି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମାତ୍ର ପୀଡ଼ିତା ଏଥିପାଇଁ ସିଧାସଳଖ ମନା କରି ଦେଇଥିଲେ।

ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଶିବମ ଘରେ ଥିବା ଏକ ସ୍କ୍ରୁ ଡ୍ରାଇଭର ଆଣି ପୀଡ଼ିତାଙ୍କ ବେକରେ ଫୁଟାଇ ଦେଇଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ସେ ତାଙ୍କୁ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରି ଫେରାର ହୋଇଗଲେ ।

ପୀଡ଼ିତା ତଳେ ପଡ଼ି ଛଟପଟ ହୋଇ ଚିତ୍କାର କରିବାରୁ ପଡ଼ୋଶୀ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିବମଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ସ୍କ୍ରୁ ଡ୍ରାଇଭରକୁ ଜବତ କରିଛି।

Delhi Love Betrayal Live In Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe