Advertisment

ପରୀକ୍ଷା ଦେଇ ଫେରୁଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ, ଗଳା କାଟି ଦେଲେ ଯୁବକ

ଛାତ୍ରୀ ଜଣଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ଧରି ପୁଲିସ୍ ଜିମାରେ ଦେଇଥିଲେ।

ଅଦ୍ୟତନ ହୋଇଛି
Accused

Accused

Advertisment

ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ କଳା ଛାତ୍ରୀଙ୍କୁ ହୋଇଛି ଆକ୍ରମଣ। ଜଣେ ଯୁବକ ଛୁରୀରେ ତାଙ୍କ ବେକ କାଟି ଦେଇଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଛି। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ଗୁମୁଡ଼ାରେ।

Advertisment

ଗୁରୁତର ଛାତ୍ରୀ ଜଣଙ୍କ ଗୁମୁଡ଼ା ସ୍ଥିତ ଦ୍ରୌପଦୀ କଲେଜରେ ପଢ଼ନ୍ତି। ତାଙ୍କ ଘର ବିଷମକଟକ ଅଞ୍ଚଳରେ। ଆଜିଠୁ ଯୁକ୍ତ ଦୁଇ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସେ ମଧ୍ୟ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଦେଇ ଫେରିବା ବେଳେ କଲେଜ ନିକଟରେ ଜଣେ ଯୁବକ ହଠାତ୍ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଯୁବକ ଜଣଙ୍କ ତାଙ୍କ ବେକ କାଟି ଦେଇଥିଲେ।

ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷରେ ଛାତ୍ରୀ ଜଣଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ଧରି ପୁଲିସ୍ ଜିମାରେ ଦେଇଥିଲେ। ଖବର ଲେଖାଯିବା ବେଳକୁ ତାଙ୍କ ପରିଚୟ ମିଳି ପାରି ନଥିଲା। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। କାହିଁକି ଏଭଳି ଏକ କାଣ୍ଡ ସେ ଭିଆଇଲେ, ତାହା ଜଣାପଡ଼ି ନାହିଁ। ଛାତ୍ରୀ ଜଣଙ୍କ ତାଙ୍କୁ ଚିହ୍ନିଛନ୍ତି ନା ନାହିଁ, ତାହା ବି ଜଣାପଡ଼ିନି। 

Murder Rayagada Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe