Advertisment

ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କୁ ପୁଲିସ ଅଟକ ରଖିଛି।

Prasant Sethi

Prasant Sethi

Advertisment

ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଫାଟକ ସାମ୍ନାରେ ଆଜି ଜଣେ ଯୁବକ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

Advertisment

ଏହି ଯୁବକଙ୍କ ନାଁ ପ୍ରଶାନ୍ତ ସେଠୀ। ତାଙ୍କୁ ବୈଦନାଥପୁର ଥାନା ପୁଲିସ ଅଟକ ରଖିଛି। ତାଙ୍କ ନାଁରେ ଆତ୍ମହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ କହିଛନ୍ତି।

ଏସ୍‌ପି କହିଛନ୍ତି, ୨୦୨୧ ମସିହାରେ ତାଙ୍କ (ପ୍ରଶାନ୍ତ ସେଠୀଙ୍କ) ବାପାଙ୍କୁ ହତ୍ୟା କରାଯାଇଥିଲା। ସେ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ଚର୍ଜସିଟ ଦାଖଲ ହୋଇସାରିଥିବା ବେଳେ ଜିଲ୍ଲା କୋର୍ଟରେ ଏହାର ଶୁଣାଣି ଚାଲିଛି। ୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ। ସେହି ୨ ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରାଯାଉ ବୋଲି ସେ ଦାବି କରିଥିଲେ। ଏହା ପରେ ତାଙ୍କୁ କହି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଆମ ତରଫରୁ ଏକ କାଉଣ୍ଟର ଆଫିଡେଭିଟ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତାଙ୍କର ଦ୍ୱିତୀୟ ଅଭିଯୋଗ ଥିଲା ଯେ ଏହି ମାମଲାରେ ଆହୁରି ୨ ଜଣ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। କିନ୍ତୁ ସେମାନଙ୍କୁ ଗିରଫ କରାଯାଇ ନାହିଁ। ଯେହେତୁ ମାମଲାର ଶୁଣାଣି ଆରମ୍ଭ ହୋଇଗଲାଣି, ତେଣୁ ଏହି ଦାବି ନେଇ ଉଚିତ୍ ଫୋରମକୁ ଯିବାକୁ ଆମେ ତାଙ୍କୁ କାଉନସେଲିଂ କରିଥିଲୁ। ଆଜି ମଧ୍ୟ ତାଙ୍କୁ କାଉନସେଲିଂ କରାଯାଇଥିଲା।

Advertisment

ଏସ୍‌ପି ଶ୍ରବଣ ବିବେକ କହିଛନ୍ତି, ଆଜି ସେ (ପ୍ରଶାନ୍ତ ସେଠୀ) ଏସ୍‌ପି ଅଫିସ ଗେଟ୍ ପାଖକୁ ଆସି ଆତ୍ମାହୁତି ଉଦ୍ୟମ କରିଥିଲେ। ସେଠାରେ ମୁତୟନ ଥିବା ଆମର ସେଣ୍ଟ୍ରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୦୯ (ଆତ୍ମହତ୍ୟା ଉଦ୍ୟମ)ରେ ମାମଲା ରୁଜୁ ହେବ। ତା’ସହିତ ତାଙ୍କୁ କାଉନିସେଲିଂ କରାଯିବ।

Self Immolation Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe