Advertisment

ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଯୁବକ ସଂଘ ଏକ ଗାଡ଼ି ଯୋଗେ ପୁନିଆଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପୁନିଆଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି।

Fire

Fire

Advertisment

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବୋରଦା ଗାଁରେ ଆଜି ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ପୁନିଆ ଗୌଡ଼।

Advertisment

ପୁନିଆ ହଠାତ୍ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କିଛି ଲୋକ ତୁରନ୍ତ ନିଆଁ ଲିଭାଇବା ସହିତ ବଡ଼ଗଡ଼ ପୁଲିସ୍‌କୁ ଖବର ଦେଇଥିଲେ। ତା’ ସହିତ ପୁନିଆଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଯୁବକ ସଂଘ ଏକ ଗାଡ଼ି ଯୋଗେ ପୁନିଆଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପୁନିଆଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି।

Advertisment

ଅବସ୍ଥା ଗୁରୁତର ଥିବାରୁ ପୁନିଆଙ୍କୁ ବଡ଼ଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁନିଆ କାହିଁକି ଏଭଳି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଠିକ୍ ସମୟରେ ୧୦୮ ଆମ୍ବୁଲାନ୍ସ ଗାଁରେ ନପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିଲେ।

ସୋରଡ଼ାରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ

Self Immolation Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe