Advertisment

କଲ୍ ବ୍ଳକ୍ କରି ଦେଲେ ଗର୍ଲଫ୍ରେଣ୍ଡ, କଲେଜ ଯାଇ ନିଜ ଦେହରେ ପେଟ୍ରୋଲ ଢାଳି ଦେଲେ ଯୁବକ, ତା’ପରେ...

ନବମ ଶ୍ରେଣୀରେ ପଢ଼ିଲା ବେଳୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା।

Fire

Fire

Advertisment

ଜଣେ ଯୁବକଙ୍କର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହିତ ଝଗଡ଼ା ହେଲା। ଗର୍ଲଫ୍ରେଣ୍ଡ ତାଙ୍କ କଲ୍ ବ୍ଳକ୍ କରିଦେଲେ। ତା’ପରେ ଯୁବକ ଜଣଙ୍କ ଗର୍ଲଫ୍ରେଣ୍ଡଙ୍କ କଲେଜକୁ ଯାଇ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ କର୍ମଚାରୀ ଓ ଛାତ୍ରମାନେ ତାଙ୍କୁ ଧରି ପୁଲିସ ଜିମାରେ ଦେଇଥିଲେ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

Advertisment

ଯୁବକ ଜଣଙ୍କ କାନପୁରର। ତାଙ୍କ ନାଁ ଯୋଗେଶ। ତାଙ୍କ ଗର୍ଲଫ୍ରେଣ୍ଡ ବି କାନପୁରର। ଉଭୟ କାନପୁରର ଗୋଟିଏ ଅଞ୍ଚଳରେ ରହନ୍ତି। ନବମ ଶ୍ରେଣୀରେ ପଢ଼ିଲା ବେଳୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ତେବେ ଯୁକ୍ତ ଦୁଇ ପରେ ଯୁବତୀ ଜଣଙ୍କ ବରେଲୀ ଫରିଦପୁରରେ ଏକ ଫାର୍ମାସୀ କଲେଜରେ ନାଁ ଲେଖାଇ ଥିଲେ। ତେଣୁ ସେଠାକୁ ଚାଲି ଯାଇଥିଲେ। କିନ୍ତୁ ଯୁବକ ଜଣଙ୍କ ଯୁକ୍ତ ଦୁଇ ପରେ ପାଠପଢ଼ା ବନ୍ଦ କରି ତାଙ୍କ ପାରିବାରିକ ବ୍ୟବସାୟରେ ସାମିଲ ହୋଇଥିଲେ।

ଗତ ମଙ୍ଗଳବାର ଯୋଗେଶ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ କୌଣସି କଥାକୁ ନେଇ ଫୋନ୍‌ରେ ଝଗଡ଼ା ହୋଇଥିଲା। ଏହା ପରେ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ କଲ୍‌କୁ ବ୍ଲକ୍ କରି ଦେଇଥିଲେ। ଗର୍ଲଫ୍ରେଣ୍ଡଙ୍କ ସହିତ ଯୋଗାଯୋଗ କରି ନପାରିବାରୁ ଯୋଗେଶ ଯାଇ ଫରିଦପୁର ସ୍ଥିତ ଗର୍ଲଫ୍ରେଣ୍ଡଙ୍କ କଲେଜରେ ପହଞ୍ଚି ଥିଲେ।

Advertisment

ସେ କଲେଜର ଚତୁର୍ଥ ମହଲାକୁ ଯାଇ ଗର୍ଲଫ୍ରେଣ୍ଡଙ୍କୁ ଭେଟିଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକ ହାଇଭୋଲଟେଜ ଡ୍ରାମା ପରେ ଯୋଗେଶ ସାଙ୍ଗରେ ଏକ ବୋତଲରେ ନେଇ ଯାଇଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ଦେଇଥିଲେ ଏବଂ ନିଆଁ ଲଗାଇ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ସେତିକି ବେଳେ କଲେଜର କିଛି କର୍ମଚାରୀ ଓ ଛାତ୍ର ଯୋଗେଶଙ୍କୁ କାବୁ କରି ନେଇଥିଲେ। ସେମାନେ ଯୋଗେଶଙ୍କୁ ମାଡ଼ ମଧ୍ୟ ମାରିଥିଲେ। ପରେ ତାଙ୍କୁ ପୁଲିସ ଜିମାରେ ଦେଇଥିଲେ।

Crime Suicide Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe