Advertisment

ଫୋନ୍ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା

ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଫୋନ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପିଟିପଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ।

Advertisment

ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମୃତକଙ୍କ ନାମ ପ୍ରସେନ ମଣ୍ଡଳ। ସେ ଫୋନ୍ ଚୋରି କରିଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଧରି ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଶୁକ୍ରବାର ମଧ୍ୟ ରାଜ୍ୟରେ ସମାନ ଘଟଣା ଘଟିଥିଲା। କୋଲକାତାର ବୋବାଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରି ପିଟିପଟି ହତ୍ୟା କରାଯାଇଥିଲା। ଫୋନ୍ ଚୋରି ଅଭିଯୋଗରେ ତାଙ୍କୁ ଆକ୍ରମଣ କରାଯାଇଥିବା ପୁଲିସ କହିଛି। 

Advertisment

ମୃତକ ଜଣକ ଏକ ଇଲୋକ୍ଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ। ଏହି ହତ୍ୟାକାଣ୍ଡରେ ପୁଲିସ ୧୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।  

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe