Advertisment

ଓଭର ଟେକ ପାଇଁ ବାପା ମା’ଙ୍କ ସାମ୍ନାରେ ପୁଅକୁ ପିଟିପିଟି ମାରିଦେଲେ, ଭିଡିଓ ଭାଇରାଲ

ଜଣେ ୩୪ ବର୍ଷୀୟ ଯୁବକଙ୍କୁ ଅଟୋ ଡ୍ରାଇଭରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାପା ମା’ଙ୍କ ସାମ୍ନାରେ ପୁଅଙ୍କୁ ସେମାନେ ପିଟିପିଟି ହତ୍ୟା କରିଛନ୍ତି।

Mumbai

Mumbai

Advertisment

ପରିବାର ଲୋକଙ୍କୁ ଧରି ଖୁସିରେ କାର କିଣିବାକୁ ଯାଉଥିଲେ। ହେଲେ ଅଧ ବାଟରେ ଘଟିଲା ଅଘଟଣ। ସାମାନ୍ୟ ଓଭର ଟେକ ଘଟଣାକୁ ନେଇ କିଛି ଅଟୋ ଡ୍ରାଇଭରଙ୍କ ସହ ହୋଇଥିଲା ପାଟିତୁଣ୍ଡ।

Advertisment

ବାସ୍‌ ଏହାକୁ କେନ୍ଦ୍ର କରି ଜଣେ ୩୪ ବର୍ଷୀୟ ଯୁବକଙ୍କୁ ଅଟୋ ଡ୍ରାଇଭରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାପା ମା’ଙ୍କ ସାମ୍ନାରେ ପୁଅଙ୍କୁ ସେମାନେ ପିଟିପିଟି ହତ୍ୟା କରିଛନ୍ତି। ମହାରାଷ୍ଟ୍ରର ମାଲଦା ଇଷ୍ଟରେ ଏପରି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୩୪ ବର୍ଷୀୟ ଯୁବକଙ୍କୁ କିଛି ଲୋକ ବାପା ମା’ଙ୍କ ଆଗରେ ପ୍ରବଳ ମାଡ଼ ମାରୁଛନ୍ତି। ପୁଅକୁ ରକ୍ଷା କରିବା ପାଇଁ ମା’ ନେହୁରା ହେଉଥିଲେ ହେଁ ଆକ୍ରମଣକାରୀମାନେ କିଛି ବି ଶୁଣୁ ନାହାନ୍ତି। ବୁଢ଼ା ବାପା ମଧ୍ୟ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ଆହତ ହୋଇଛନ୍ତି। ମାଡ଼ରୁ ରକ୍ଷା କରିବା ପାଇଁ ବିଚ୍‌ ରାସ୍ତାରେ ପୁଅ ଉପରେ ମା’ ଶୋଇପଡ଼ିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

Advertisment

ପୂରା ଘଟଣା ଅକ୍ଟୋବର ୧୨ରେ ଘଟିଥିଲା। ୩୪ ବର୍ଷୀୟ ଆକାଶ ମୈନେ ବାଇକରେ ବାପା ମା’ଙ୍କୁ ନେଇ କାର କିଣିବାକୁ ଯାଉଥିଲେ। ଦଶହରା ପାଇଁ ସେ କାର କିଣିବାର ଥିଲା। ହେଲେ ମାଲଦା ରେଳ ଷ୍ଟେସନ ନିକଟରେ ଓଭର ଟେକିଂକୁ ନେଇ ଆରମ୍ଭ ହୋଇଥିଲା ବିବାଦ।

ଆକାଶଙ୍କ ଗାଡ଼ିକୁ ଗୋଟିଏ ଅଟୋ ଅତ୍ୟନ୍ତ ବିପଦଜନକ ଭାବେ ଓଭରଟେକ କରିଥିଲା। ଏହାକୁ ବିରୋଧ କରିବାରୁ ଅଟୋକ ଡ୍ରାଇଭର ଓ ଆକାଶଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରପିଟ ଯାଏ କଥା ଯାଇଥିଲେ। ଏସବୁ ଭିତିରେ ଅଟୋ ଡ୍ରାଇଭରଙ୍କ ସହଯୋଗୀମାନେ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ମିଳିତ ଭାବେ ଆକାଶଙ୍କୁ ପ୍ରବଳ ପିଟିଥିଲେ।

ଘଟଣା ସ୍ଥଳରେ ଆକାଶଙ୍କ ବାପା ଓ ମା’ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ସୁଫଳ ମିଳି ନଥିଲା। ଆକ୍ରମଣକାରୀମାନେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଆକାଶଙ୍କୁ ପିଟି ଚାଲିଥିଲେ। ସେମାନଙ୍କୁ ଅଟକାଇବାକୁ ଯାଇ ଆକାଶଙ୍କ ବାପାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଛି। ବେଶ କିଛି ସମୟର ହଙ୍ଗାମା ପରେ ଗୁରୁତର ଆକାଶଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ଅଟୋ ଡ୍ରାଇଭରଙ୍କ ସହ ୯ ଜଣଙ୍କୁ ଗିରଫ କରିଛି।

Mumbai Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe